ଆଜିଠୁ ବିଜେପିର ସକ୍ରିୟ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

ଭୁବନେଶ୍ୱର(ରାଜ୍ୟକାହାଣୀ) ବିଜେପିର ସଦସ୍ୟତା ଅଭିଯାନ ଚଳିତ ବର୍ଷ ସେପ୍ଟେମ୍ବର ୨ରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଚାଲୁରହିଛି। ଆଜିଠୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟ ଗ୍ରହଣ ପ୍ରକ୍ରିୟା ଚାଲୁ ରହିବ। ଏହି ସମୟରେ ପ୍ରାଥମିକ ସଦସ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଜାରି ରହିବ।ବିଜେପିର ପ୍ରାଥମିକ ସଦସ୍ୟ ସଂଗ୍ରହ ପାଇଁ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ୍‌ରେ ବ୍ୟବସ୍ଥା କରାଯାଇଛି ।ଅନ୍‌ଲାଇନ୍‌ରେ ମୋବାଇଲ୍ ନମ୍ବର-୮୮୦୦୦୦୨୦୨୪ରେ ମିସ୍ କଲ୍ ଦେଇ ସଦସ୍ୟ ହୋଇପାରିବେ । ଆଉ ଅଫ୍‌ଲାଇନରେ ସଦସ୍ୟତା ସଂଗ୍ରହ ଅଭିଯାନ ପାଇଁ ପ୍ରତ୍ୟେକ ବୁଥ୍‌କୁ ଆବଶ୍ୟକ ପରିମାଣର ସଦସ୍ୟ ପୁସ୍ତିକା ଦିଆଯାଇଛି । ଏସବୁ ପୁସ୍ତିକା ବୁଥଗୁଡ଼ିକରୁ ଫେରି ନ ଥିବାରୁ ମୋଟ ସଦସ୍ୟ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ବିଜେପି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ଉତ୍ସାହିତ ହୋଇ ଅଧିକରୁ ଅଧିକ ଜନସାଧାରଣ ଦଳରେ ସାମିଲ ହେଉଛନ୍ତି । ବିଜେପିକୁ ଭଲ ପାଉଥିବା ସମସ୍ତ ଇଚ୍ଛୁକ ବ୍ୟକ୍ତିବିଶେଷଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରାଥମିକ ସଦସ୍ୟ ଅଭିଯାନ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିବ । ଆସନ୍ତା ୨୧ ତାରିଖରେ ଦଳର କେନ୍ଦ୍ରୀୟ କମିଟି ବୈଠକରେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ନିର୍ଦ୍ଧାରଣ ହେବ ।

Leave A Reply

Your email address will not be published.

4 − one =