ଘୋଷଣା ହେଲା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ତାରିଖ

 ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଗୁଲ ବାଜିଛି। ଭାରତର ନିର୍ବାଚନ ଆୟୋଗ ରାଜୀବ କୁମାର ଏହି ୨ ରାଜ୍ୟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ନଭେମ୍ବର ୨୦ରେ ଏଠାରେ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ନଭେମ୍ବର ୨୩ରେ ହେବ ଭୋଟ୍‌ ଗଣତି।ସେହିପରି ଝାଡଖଣ୍ଡରେ ମୋଟ ଭୋଟରଙ୍କ ସଂଖ୍ୟା ୨.୬ କୋଟି, ସେଥିମଧ୍ୟରୁ ୧.୨୯ କୋଟି ମହିଳା ଏବଂ ୧.୩୧ କୋଟି ପୁରୁଷ ଭୋଟର। ପ୍ରଥମ ଥର ଭୋଟରଙ୍କ ସଂଖ୍ୟା ୧୧.୮୪ ଲକ୍ଷ। ସେଠାରେ ୨୯,୫୬୨ ମତଦାନ କେନ୍ଦ୍ର ହେବ।ନଭେମ୍ବର ୧୩ ଓ ନଭେମ୍ବର ୨୦ରେ ଝାଡ଼ଖଣ୍ଡରେ ଭୋଟିଂ ହେବ ଏବଂ ଏଠାରେ ମଧ୍ୟ ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇ।।

Leave A Reply

Your email address will not be published.

18 − 12 =