୩୨,୦୦୦ କୋଟିର ଡ୍ରୋନ୍ ଆଣିବ ଭାରତ

ଆହୁରି ଦୃଢ ହେବ ତିନି ସେନାର ଶକ୍ତି। ଭାରତ ସରକାର ଆମେରିକା ସହ ଏକ ବଡ଼ ଚୁକ୍ତି କରିଛନ୍ତି। ଦେଶକୁ ଆସିବ ଆମେରିକାର ଶକ୍ତିଶାଳୀ ପ୍ରିଡେଟର MQ-9B ଡ୍ରୋନ୍। ଏଥିପାଇଁ ଭାରତ ସରକାର ଆମେରିକା ସହ ୩୨ ହଜାର କୋଟି ଟଙ୍କାର ଡିଲ୍ କରିଛନ୍ତି। ରିପୋର୍ଟ ଅନୁଯାୟୀ, ୩.୯୯ ବିଲିୟନ ଡଲାରର ଏହି ଚୁକ୍ତିରେ ଭାରତକୁ ୩୧ଟି ଏମକ୍ୟୁ-୯ବି ରିମୋଟ୍ ପାଇଲଟ୍ ଏୟାରକ୍ରାଫ୍ଟ (ଆରପିଏ) ଏବଂ ଆନୁଷଙ୍ଗିକ ଉପକରଣ ମିଳିବ। ଏହା ଏମକ୍ୟୁ୯ବି ଡ୍ରୋନର ଏକ ଉନ୍ନତ ସଂସ୍କରଣ । ଆମେରିକୀୟ କମ୍ପାନି ଜେନେରାଲ୍ ଆଟୋମିକ୍ ସହ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ପ୍ରିଡେଟର ଡ୍ରୋନର ଅନେକ ଭିନ୍ନ ଭିନ୍ନ ସଂସ୍କରଣ ଅଛି ଏବଂ ବିଭିନ୍ନ ନାମରେ ମଧ୍ୟ ଜଣାଶୁଣା | ଯେପରିକି ଏମ୍କ୍ୟୁ-୯ ରିପର, ସି ଗାର୍ଡିଆନ୍ ଏବଂ ସ୍କାଏ ଗାର୍ଡିଆନ୍ … କିନ୍ତୁ ଭାରତ ଆମେରିକାଠାରୁ ୩୧ଟି ଏମ୍କ୍ୟୁ-୯ ରିପର ଡ୍ରୋନ୍ ଅର୍ଥାତ୍ ପ୍ରିଡେଟର ଡ୍ରୋନ୍ କିଣିବ।

Leave A Reply

Your email address will not be published.

7 + six =