ରେଡ୍‌ ପାଇଁ ଯାଇଥିବା ବେଳେ ଅବକାରୀ କନଷ୍ଟେବଲଙ୍କୁ ନିର୍ଧୂମ ପିଟିଲେ ମଦ ମାଫିଆ।

ଭୁବନେଶ୍ୱର(ରାଜ୍ୟକାହାଣୀ)ବ୍ରହ୍ମପୁର ଟାଉନ୍‌ ଥାନା ଅଞ୍ଚଳରେ ଅଘଟଣ । ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ମାଡ । ସଂଘବଦ୍ଧ ଆକ୍ରମଣରେ ଜଣେ ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି । ଆହତ ପରେ କର୍ମଚାରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ସଂଧ୍ୟାରେ କନଷ୍ଟେବଲ ସବ୍ୟସାଚୀ ସୂଚନା ପାଇ ମଦ ଦୋକାନ ନିକଟକୁ ଯାଇଥିଲେ । ସେହି ବନ୍ଦ ମଦ ଦୋକାନ ନିକଟରେ କିଛି ଦୁର୍ବୃତ୍ତ ଏକ ବ୍ୟାଗରେ ମଦ ରଖି ବିକ୍ରି କରୁଥିବା ଦେଖି ସେ ଭିଡିଓ କରିବାକୁ ମୋବାଇଲ ବାହାର କରୁଥିଲେ । ଏହା ଦେଖି ଦୁର୍ବୃତମାନେ ତାଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ । ସବ୍ୟସାଚୀ ୟୁନିଫର୍ମରେ ନଥାଇ ସାଧା ପୋଷାକରେ ଥିବାରୁ ତାଙ୍କୁ ଜାଣିପାରିନଥିଲେ ଦୁର୍ବୃତ୍ତ । ଆକ୍ରମଣରେ ସବ୍ୟସାଚୀଙ୍କ ଆଖି ପତ୍ତାରେ ଗଭୀର ଆଘାତ ଲାଗିଛି । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୫ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ।

Leave A Reply

Your email address will not be published.

20 − 19 =