ଦେଶରେ ବଢୁଛି କର୍କଟ ରୋଗୀଙ୍କ ସଂଖ୍ୟା ।

ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିମଧ୍ୟରେ ମୁଖ ଗହ୍ବର କର୍କଟ ବା ମାଉଥ କ୍ୟାନ୍‌ସର ରୋଗରେ ସର୍ବାଧିକ ପୀଡ଼ିତ ରହିଛନ୍ତି। ସେହିପରି ଭାରତରେ ପୁରୁଷଙ୍କଠାରେ ମୁଖ ଗହ୍ବର କର୍କଟ ମାମଲା ସର୍ବାଧିକ ସାମ୍‌ନାକୁ ଆସୁଥିବାବେଳେ ମହିଳାଙ୍କଠାରେ ସ୍ତନ କର୍କଟ ମାମଲା ସର୍ବାଧିକ ରହିଛି। ତେବେ ବ୍ରାଜିଲ, ରୁଷ,ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାରେ ସବୁଠୁ ଅଧିକ ରୋଗୀ ଚିହ୍ନଟ  ହୋଇଛନ୍ତି |ଆଗାମୀ ଦିନରେ  ଦେଶରେ ନୂତନ କର୍କଟ ରୋଗ ଏବଂ କର୍କଟ ଜନିତ ମୃତ୍ୟୁରେ ସର୍ବାଧିକ ବୃଦ୍ଧି ଆଶଙ୍କା କରାଯାଉଛି |ଭାରତ ସହ ଦକ୍ଷିଣ ଆଫ୍ରିକାରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିପାରେ  ତେବେ ୨୦୨୫ ସୁଦ୍ଧା ଦେଶରେ ପ୍ରାୟ ୧୩% ଅଧିକ ରୋଗୀ ଚିହ୍ନଟ ହେବାର ଆଶଙ୍କା ଅଛି  | ବ୍ରିକ୍ସ ଅନ୍ତର୍ଗତ କର୍କଟ ରୋଗରେ ପୀଡ଼ିତ ହୋଇ ରୁଷିଆରେ ସର୍ବାଧିକ ସଂଖ୍ୟାରେ ପୁରୁଷଙ୍କ ମୃତ୍ୟୁ ଘଟିଥିବାବେଳେ ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ମହିଳାଙ୍କର ମୃତ୍ୟୁ ଘଟୁଛି। ଭାରତକୁ ଛାଡ଼ି ଅନ୍ୟ ସମସ୍ତ ବ୍ରିକ୍ସ ଦେଶରେ ଫୁସ୍‌ଫୁସ୍‌ କର୍କଟ ରୋଗ ସର୍ବାଧିକ ଜୀବନ ନେଉଛି। ତେବେ ଭାରତରେ ସ୍ତନ କର୍କଟ ସର୍ବାଧିକ ଜୀବନ ନେଉଥିବା ଆଇସିଏମ୍‌ଆର୍‌-ନ୍ୟାଶ୍‌ନାଲ ସେଣ୍ଟର ଫର୍‌ ଡିଜିଜ୍‌ ଇନ୍‌ଫର୍‌ମେଟିକ୍ସ ଆଣ୍ଡ୍‌ ରିସର୍ଚ୍ଚ ପକ୍ଷରୁ  ଏକ ଅଧ୍ୟୟନ ପ୍ରକାଶ କରିଛି।

Leave A Reply

Your email address will not be published.

17 − five =