ରାଜ୍ୟରେ ରେରା ଆଇନରେ ହେବ ବଡ ପରିବର୍ତ୍ତନ ।

ଭୁବନେଶ୍ୱର(ରାଜ୍ୟକାହାଣୀ)ରାଜ୍ୟରେ ରେରା ଆଇନରେ ହେବ ବଡ ପରିବର୍ତ୍ତନ । ବିଭାଗ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି । ଅସୁବିଧା ସମୟରେ ସମସ୍ତ ଜମି ବିକ୍ରି କରିବାର ଆବଶ୍ୟକତା ନାହିଁ । ଜମିର କିଛି ଅଂଶ ମଧ୍ୟ ବିକ୍ରି କରିପାରିବେ । ସେନେଇ ରେରାର ଆବଶ୍ୟକତା ନହେବା ନେଇ ଆଲୋଚନା ହେବ ।ଏହାସହ ଦଲାଲ ମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । କହିଛନ୍ତି, କାମ ନଥାଇ ବାରମ୍ବାର ଅଫିସକୁ ଆସିଲେ ଦଲାଲ ବୋଲି ଧରାଯିବ । ସିସିଟିଭି ଫୁଟେଜ ଆଧାରରେ ଫଟୋ ଚିହ୍ନଟ କରି ଡିଏସଆର୍ ଅଫିସ କାନ୍ଥରେ ଲଗାଯିବ । ମନ୍ଦ ଉଦ୍ଦେଶ୍ୟ ରଖି ଅବହେଳା କରିବା ଓ ଏହାର ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଲୋକଙ୍କୁ ରାଜସ୍ୱ ସେବା ଦେବାରେ ଅବହେଳା କଲେ କାର୍ୟ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ।ଦୁର୍ନୀତି କଲେ ନିଜେ ତଦନ୍ତ କରିବା ପାଇଁ ପ୍ରସ୍ତୁତ ଥିବା ସୁରେଶ ପୂଜାରୀ କହିଛନ୍ତି । ସୋମବାର ସମ୍ବଲପୁର ଡିଏସଆର ଅଫିସ ଅଚାନକ ଗସ୍ତ ସମୟରେ ଏହି କଥା କହିଛନ୍ତି ମନ୍ତ୍ରୀ । ଅଧିକାରୀମାନଙ୍କୁ ତାଗିଦ୍ କରିବା ସହ ଜନ ସାଧାରଣଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଛନ୍ତି।

Leave A Reply

Your email address will not be published.

11 − 7 =