ରାତିରେ ଏସି ଲଗେଇ ଶୋଇଲେ ଦେଖା ଦିଏ ଏହିସବୁ ସମସ୍ୟା?

ଭୁବନେଶ୍ୱର(ରାଜ୍ୟକାହାଣୀ)ବର୍ତ୍ତମାନ ଦିନରେ ତାତିରୁ ମୁକ୍ତି ପାଇବାକୁ ଲୋକେ ଏସିର ଥଣ୍ଡା ହାୱା ଚାହୁଁଛନ୍ତି। ତେଣୁ ଏବେ ବଜାରରେ ଏସିର ଚାହିଦା ପ୍ରବଳ । ଏସି ରୁମ୍‌ରେ ପଶିଗଲେ ପରମ ତୃପ୍ତି ମିଳୁଥିବାରୁ ଆଉ ବନ୍ଦ କରିବାକୁ କାହାର ହାତ ଯାଉନି। ବହୁ ଲୋକେ ରାତି ସାରା ଏସି ଲଗାଇ ଶୋଇବାକୁ ପଛାଉ ନାହାନ୍ତି। ଏପରି କରିବା ଦ୍ୱାରା ସଙ୍ଗେସଙ୍ଗେ ଶାନ୍ତି ମିଳୁଥାଇପାରେ, ମାତ୍ର ଏଥିଯୋଗୁ ଆପଣ ବହୁ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।ଭୋର ୪ଟାରୁ ୫ଟା ମଧ୍ୟରେ ଶରୀରର ତାପମାତ୍ର କମ୍‌ ରହିଥାଏ। ଏପରି ସମୟରେ ରାତିରେ ଏସି ଚାଲୁ କରି ଶୋଇଲେ ବହୁ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯେମିତି କି ଯେଉଁ ଲୋକ ଦିନରେ କାମ ସମୟରେ ଏସିରେ ରହୁଛନ୍ତି ଓ ରାତିରେ ଶୋଇବା ବେଳେ ବି ଏସିକୁ ଚାଲୁ ରଖୁଛନ୍ତି, ସେମାନେ ମୁଖ୍ୟତଃ ମୁଣ୍ଡ ବିନ୍ଧା ରୋଗରେ ପୀଡ଼ିତ ହୋଇଥାନ୍ତି। କାରଣ ରାତି ସାରା ଏସିର ଥଣ୍ଡା ପବନ ଆପଣଙ୍କ ମୁଣ୍ଡରେ ମାଡ଼ ହୋଇଥାଏ। ଫଳରେ ଏପରି ସ୍ଥିତିରେ ମୁଣ୍ଡ ବିନ୍ଧିବା ଓ ମୁଣ୍ଡ ଭାରି ଭାରି ଲାଗିବା ସାଧାରଣ କଥା।

ରାତି ସାରା ଏସିରେ ଶୋଇବା ଦ୍ୱାରା ଶରୀରରୁ ଜଳୀୟ ଅଂଶ ଶୁଖି ଯାଇଥାଏ। ଏପରିକି ଶରୀରରୁ ଖଣିଜ ଲବଣ କମି ଯାଇଥାଏ ଓ ତଣ୍ଟି ଶୁଖି ଯାଇଥାଏ।

ସାରା ରାତି ଏସିରେ ଶୋଇବା ଯୋଗୁ ଆମ ଚର୍ମ ଶୁଷ୍କ ହୋଇଯାଇଥାଏ। ଫଳରେ ଚର୍ମରୁ ଚମକ କମି ଯାଇଥାଏ। ଏହା ପୂରା ଡ୍ରାଏ ହୋଇ ଯାଇଥାଏ।

ଏସିରେ ରାତି ସାରା ଶୋଇବା କାରଣରୁ ସବୁବେଳେ ଥଣ୍ଡା ଲାଗିରୁହେ। କାରଣ ରାତି ସମୟରେ ଆମ ଶରୀର ନିଷ୍କ୍ରୀୟ ଅବସ୍ଥାରେ ଥାଏ। ଏପରି ସମୟରେ ନନ୍‌ଷ୍ଟପ୍‌ ଥଣ୍ଡା ପବନ ମାଡ଼ ହୋଇ ସହଜରେ ଥଣ୍ଡା ସଂକ୍ରମଣ ମାଡ଼ି ବସିଥାଏ ।

ଫ୍ରେଶ ପବନ ସବୁବେଳେ ଲୋକଙ୍କୁ ଏନର୍ଜେଟିକ କରିଥାଏ। ମାତ୍ର ରାତିରେ କବାଟ,ଝରକା ବନ୍ଦ କରି ଏସି ଲଗାଇ ଶୋଇବା ଦ୍ୱାରା ଶରୀରରେ ଫ୍ରେଶ ପବନ ବାଜି ନ ଥାଏ । ଫଳରେ ସକାଳେ ଉଠିବା ପରେ ଥକାପଣ ଅନୁଭବ ହୋଇଥାଏ।ରାତି ସାରା ଏସି ଲଗାଇ ଶୋଇବା ଯୋଗୁ ଶରରୀର ତାପମାତ୍ରା ଖସିଥାଏ। ଏଥିଯୋଗୁ ହଜମ ପ୍ରକ୍ରିୟା ବି ପ୍ରଭାବିତ ହୋଇଥାଏ। କାରଣ ସବୁବେଳେ ଥଣ୍ଡା ତାପମାତ୍ରାରେ ରହିବା ଯୋଗୁ ପାଚନ କ୍ରିୟା ବାଧାପ୍ରାପ୍ତ ହୋଇଥାଏ।

Leave A Reply

Your email address will not be published.

11 + three =