ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ

ଭୁବନେଶ୍ୱର(ରାଜ୍ୟକାହାଣୀ)ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି।  କୁକୁଡ଼ା ପଦା ସ୍ଥିତ ଅଫିସରେ ରେଡ୍ କରୁଛି ଭିଜିଲାନ୍ସ ।  ବ୍ରହ୍ମପୁର ଓ ଭୁବନେଶ୍ବରରେ ମଧ୍ୟ ଚଢାଉ ସୂଚନା ।ଏହି ଚଢ଼ାଉରେ ୧୧ ଜଣ ଡିଏସ୍‌ପି, ୭ ଇନ୍ସପେକ୍ଟର, ୧୧ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଏବଂ ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ସାମିଲ ହୋଇଛନ୍ତି। ସୂଚନା ଅନୁସାରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ  ମୁଖ୍ୟଯନ୍ତ୍ରୀଙ୍କ ବ୍ରହ୍ମପୁର ପୈତୃକ ଘର, ଭୁବନେଶ୍ୱର, ଫୁଲବାଣୀ, କେଉଁଝର ଏବଂ ବାଲେଶ୍ୱର ସମେତ ୧୧ଟି  ଜାଗାରେ ଏକା ବେଳେ ଚଢଉ ଜାରି ରଖିଛି ।ବ୍ରହ୍ମପୁରର ଭାବିନିପୁରରେ ପ୍ଲଟ୍‌ ନମ୍ବର ୪୫୯୨ ଉପରେ ଦୁଇ ମହଲା କୋଠା।  ଭୁବନେଶ୍ୱରର ପାତ୍ରପଡ଼ାଠାରେ ପ୍ଲଟ୍‌ ନମ୍ବର ୨୮୪ ଉପରେ ଏକ ମହଲା ବିଶିଷ୍ଟ କୋଠା ।

Leave A Reply

Your email address will not be published.

eleven + 8 =