ଭାରତରେ Iphone 16 ପାଇଁ ଆପଲ୍ ଷ୍ଟୋରରେ ଲୋକଙ୍କ ଲମ୍ଵା ଲାଇନ୍ 

ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ କମ୍ପାନୀ ଆଇଫୋନ ୧୬ ସିରିଜ ଲଞ୍ଚ କରିଥିଲା। ପ୍ରଥମ ବିକ୍ରୟ ଲାଇଭ ହେବା ମାତ୍ରେ ମୁମ୍ବାଇର ବି.କେ.ସି ସ୍ଥିତ ଆପଲ ଷ୍ଟୋର୍‌ରେ ଆଇଫୋନ ପ୍ରେମୀଙ୍କ ଏକ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଆପଲ ଷ୍ଟୋର୍‌ ଖୋଲିବା ମାତ୍ରେ ଲୋକମାନେ ସକାଳେ ଷ୍ଟୋର ବାହାରେ ଦୌଡୁଥିବା ଦେଖିବାକୁ ମିଳିଥିଲା। ଗତଥର ଆଇଫୋନ୍ ୧୫ ଲଞ୍ଚ ହେବାପରେ ମଧ୍ୟ ସମାନ କ୍ରେଜ୍ ଦେଖିବାକୁ ମିଳିଥିଲା । ଜଣେ ଗ୍ରାହକ କହିଛନ୍ତି, “ମୁଁ ୨୧ ଘଣ୍ଟା ଧରି ଧାଡିରେ ଛିଡା ହୋଇଛି। ଗତକାଲି ୧୧ ଟାରୁ ମୁଁ ଏଠାରେ ଥିଲି ଏବଂ ଆଜି ମୁଁ ସକାଳ ୮ ଟାରେ ଦୋକାନରେ ପ୍ରବେଶ କରିବି। ମୁଁ ବହୁତ ଉତ୍ସାହିତ ଅଛି ଆଜି … “ଏହି ଫୋନ୍ ପାଇଁ ମୁମ୍ବାଇର ମାହୋଲ ସମ୍ପୂର୍ଣ୍ଣ ନୂଆ … ଗତ ବର୍ଷ ମୁଁ ୧୭ ଘଣ୍ଟା ଧାଡିରେ ଛିଡା ହୋଇଥିଲି।”ଆଇଫୋନ ୧୬ର ପ୍ରାରମ୍ଭିକ ମୂଲ୍ୟ ୭୯,୯୦୦, ଯାହା ୧୨୮ଜିବି ଷ୍ଟୋରେଜ ସହିତ ଆସିଥାଏ। ଏହା ୨୫୬ ଜିବି ଏବଂ ୫୧୨ ଜିବି ପ୍ରକାର ମଧ୍ୟ ଉପଲବ୍ଧ, ଯାହାର ମୂଲ୍ୟ ଯଥାକ୍ରମେ ୮୯,୯୦୦ ଏବଂ ୧,୦୯,୯୦୦। ଆଇଫୋନ ୧୬ ପ୍ଲସର ମୂଲ୍ୟ ୮୯,୯୦୦ରୁ ଆରମ୍ଭ ହେଉଛି ଏବଂ ଏହାର ୨୫୬ ଜିବି ଏବଂ ୫୧୨ ଜିବିର ମୂଲ୍ୟ ଯଥାକ୍ରମେ ୯୯,୯୦୦ ଏବଂ ୧,୧୯,୯୦୦ ରହିଛି।

Leave A Reply

Your email address will not be published.

four × two =