ବିଜେପିର ୧୦୦ ଦିନର ସରକାର ହେଉଛି ପ୍ରତାରଣା ଓ ପ୍ରବଞ୍ଚନାର ସରକାର: ବିଜେଡି 

*୧୦୦ ଦିନରେ ରାଜ୍ୟର ଆଇନଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ 

*ଅସ୍ମିତା ନାଁରେ ଅଣଓଡିଆଙ୍କ ହାତରେ ରାଜ୍ୟ ଶାସନ ଟେକି 

ଦେଇଛି ବିଜେପି । 

* ବିଜେପି ସରକାର ନାଁ ଓ ରଙ୍ଗ ପରିବର୍ତ୍ତନର ସରକାର 

ଭୁବନେଶ୍ୱର, ୧୯/୦୯/୨୦୨୪: ଅସ୍ମିତା ଓ ବିକାଶର ନାରା ଦେଇ ରାଜ୍ୟରେ ଶାସନକୁ ଆସିଥିବା ବିଜେପି ସରକାର ଏକ ବିଫଳ ଓ ପ୍ରତାରଣାର ସରକାର ବୋଲି ଆଜି ଶଙ୍ଖଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି । ବିଜେପିର ଏହି ୧୦୦ ଦିନ ସରକାରରେ  ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡିବା ସହ ସାଧାରଣ ଲୋକଙ୍କ ଜୀବନଯାପନ ଦୁର୍ବିସହ ହୋଇଯାଇଛି । ଅସ୍ମିତା ନାଁରେ ସେମାନେ ରାଜ୍ୟ ଶାସନର ଦୁଇ ମୁଖ୍ୟ ପଦ ଯଥା ଡିଜିପି ଓ ମୁଖ୍ୟ ଶାସନ ସଚିବ ଦୁଇ  ଅଣଓଡିଆ ଅଫିସରଙ୍କ ହାତକୁ ଟେକି ଦେଇଛନ୍ତି । ଯାହା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ । ଡ. ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଅହଂକାରର ଶେଷ ସୀମାରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ 

ମାଝୀ ସରକାର । ବିଜେପିର ପ୍ରତ୍ୟେକ ପ୍ରତିଶ୍ରୁତି ପାଣିର ଗାର । କଥା ଓ କାମ ମଧ୍ୟରେ ଆକାଶ ପାତାଳର  ପ୍ରଭେଦ ରହିଛି । ରାଜ୍ୟପାଳଙ୍କ ପୁଅ ଜଣେ ଓଡିଆ ଅଧିକାରୀଙ୍କୁ ଲହୁଲୁହାଣ କରି ମାଡ ମାରିଲେ । କିନ୍ତୁ ସେ ଅଧିକାରୀଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ନିଜ ଶାସନ କଳର ଉପଯୋଗ କରି ଏ କଥାକୁ ବିଜେପି ସରକାର  ଚପାଇ ଦେଲା । କେବଳ ଏତିକି ନୁହେଁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ଚରମ ନିଦର୍ଶନ ସ୍ୱରୁପ, ଭାରତୀୟ 

ସେନାବାହିନୀର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ପୋଲିସ ଅମାନବୀୟ ଭାବେ ମାଡ  ମାରିଲେ । ଏହା ବିଜେପି ସରକାରର କେଉଁ ଅସ୍ମିତାର ପରିଚୟ । ଦରଦାମ ବୃଦ୍ଧିରେ ଖାଉଟି ଆଜି ହନ୍ତସନ୍ତ ।ଉତ୍ତର ପ୍ରଦେଶ ତଥା ପଞ୍ଜାବରୁ ଆସୁଥିବା ଆଳୁ ଟ୍ରେନ କେଉଁ ଷ୍ଟେସନରେ ପହଞ୍ଚିଛି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ୧୦୦ ଦିନ ମଧ୍ୟରେ ଗୋଟିଏ ନୂଆ ଶିଳ୍ପ ମଧ୍ୟ ସେମାନେ ରାଜ୍ୟକୁ ଆଣିପାରିଲେ ନାହିଁ । ଅନ୍ୟ  ପଟେ ଶିଳ୍ପ ନକରି ଜେଏସ୍‌ଡବ୍ଲ୍ୟୁ ରାଜ୍ୟରୁ ଚାଲିଯାଇଛି । 

ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡିଶାର ବିକାଶ ଦେଶର  ଅନ୍ୟ ପ୍ରମୁଖ ରାଜ୍ୟମାନଙ୍କଠାରୁ ସର୍ବାଧିକ ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ 

ତାର ୱାର୍କିଂ ପେପର ରିପୋର୍ଟରେ ପ୍ରକାଶ କରିଛି । ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ଶାସନରେ ପୂର୍ବତନ  ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଜ୍ୟର ବିକାଶ କିଭଳି  ଶିଖରରେ ପହଞ୍ଚିଥିଲା । କିନ୍ତୁ ଏବେର ମୋହନ ସରକାର ଏକ ୟୁ-ଟର୍ଣ୍ଣ ସରକାର । ନିଷ୍ପତ୍ତି ଘୋଷଣା କରିବା ପରେ ପୁଣି ପରିବର୍ତ୍ତନ କରୁଛନ୍ତି । ସେହିପରି ବଡ ଠାକୁରଙ୍କୁ ତଳେ ପକାଇ କଚାଡି ଦିଆଗଲା । ଏ ଭଳି  ସ୍ପର୍ଶକାତର ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟତା ଦିଆଗଲା ନାହିଁ । ଆଇନମନ୍ତ୍ରୀ ସଂପୂର୍ଣ୍ଣ  ଚୁପ ରହିଲେ । ଏହା ଦର୍ଶାଉଛି ମୋହନ ସରକାରର ବିଫଳତା । ରାଜ୍ୟରେ ପୋଲିସର ବର୍ବରତା  ବଢିଚାଲିଥିଲା ବେଳେ ପ୍ରତ୍ୟେକ ବିଭାଗରେ ଏ ସରକାର ବିଫଳ ହୋଇଛି ବୋଲି ଡ. ମହାନ୍ତି କହିଛନ୍ତି ।  ଏହି ସାମ୍ବାଦିକଙ୍କ ସମ୍ମିଳନୀରେ ବିଜେଡିର ଅନ୍ୟତମ ଗଣମାଧ୍ୟମ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ  ଥିଲେ ।

Leave A Reply

Your email address will not be published.

three × three =