ନନ୍ଦନକାନନରୁ ବାଲୁଖଣ୍ଡ ଗଲେ ୧୩ କୃଷ୍ଣସାର

ଭୁବନେଶ୍ୱର(ରାଜ୍ୟକାହାଣୀ) ଭୁବନେଶ୍ୱରସ୍ଥିତ ନନ୍ଦନକାନନରୁ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଆସିଲେ ୧୩ଟି କୃଷ୍ଣସାର ମୃଗ। ଦ୍ୱିତୀୟ ପର୍ଯ୍ୟାୟରେ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ୧୩ଟି କୃଷ୍ଣସାର ମୃଗ ବୁଧବାର ରାତିରେ ପହଞ୍ଚିଛନ୍ତି। ତେବେ ପୂର୍ବରୁ ଚଳିତ ବର୍ଷ ଜୁନ୍ ମାସରେ ୧୦ଟି କୃଷ୍ଣସାର ମୃଗ ବାଲୁଖଣ୍ଡ ଅଭୟାରଣ୍ୟ ଯାଇଥିଲେ । ସେଠାରେ ତାଙ୍କୁ କ୍ବାରେନଣ୍ଟିନରେ ରଖାଯାଇ ତାଙ୍କର ଯତ୍ନ ନିଆଯାଉଛି । ତେବେ କୃଷ୍ଣସାର ମୃଗଙ୍କ ପାଇଁ କୋଣାର୍କ ବନାଞ୍ଚଳ ଅଧୀନ କୁରୁଜଙ୍ଗ ଇଡିସି ସଂଲଗ୍ନ ୩୦ ହେକ୍ଟର ଜମିରେ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି। ଖାଇବାକୁ ସ୍ୱତନ୍ତ୍ର ଘାସ, ହରିଣ ଖାଦ୍ୟ ଓ ଜଳ ବ୍ୟବସ୍ଥା ହୋଇଛି। ଯାହା ତାଙ୍କ ପାଇଁ ଅତ୍ୟନ୍ତ ପ୍ରତିକୂଳ ପରିବେଶ । ତେବେ ପରବର୍ତ୍ତୀ ସମୟରେ ସେମାନଙ୍କୁ ପୁଣି ଅଭୟାରଣ୍ୟ ଖୋଲା ବିଚରଣ ପାଇଁ ଛଡାଯିବ ।

Leave A Reply

Your email address will not be published.

twenty + 4 =