ସମ୍ବଲପୁର ଗାୟିକା ରୁକ୍ ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ 

ଭୁବନେଶ୍ୱର(ରାଜ୍ୟକାହାଣୀ) ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।ତେବେ ରୁକ୍‌ସନାଙ୍କର ସ୍କ୍ରାବ୍ ଟାଇଫସରେ ମୃତ୍ୟୁ ଘଟିଥିବା ଜଣାଯାଇଛି।ତେବେ ଏନେଇ ଏମ୍ସ କର୍ତ୍ତୁପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।। ମାତ୍ର ସ୍ଲୋ ପଏଜନ୍‌ ଯୋଗୁ ରୁକ୍‌ସାନାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଜଣେ ସମ୍ବଲପୁରୀ ଗାୟକଙ୍କ ନାଁରେ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।ଦୁଇ ମାସ ଧରି ରୁକୁ ସୁନା ନିର୍ଯ୍ୟାତନା ଦେଇ ଆସୁଥିବା ରୁକସାନାଙ୍କ ମାଁ ସୋସିଆଲ ମଡିଆରେ କହିଛନ୍ତି । ଏନେଇ ରୁକସାନାଙ୍କ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଭିଡିଓଟି ପୋଷ୍ଟ କରାଯାଇଛି । ବରଗଡରେ ସୁଟ୍ ହୋଇଥିବା ‘ସମ୍ବଲପୁରୀଆ ଫୁଲ’ ଗୀତରେ ରୁକସାନା ଅଭିନୟ କରିବା ପରେ ବିବାଦ ଆରମ୍ଭ ହୋଇଥିବା ରୁକସାନାଙ୍କ ମାଁ କହିଛନ୍ତି । ଏପରିକି ଏହି ଗୀତରେ ଅଭିନୟ ପରେ ରୁକସାନାକୁ ଅନ୍ୟ ସମସ୍ତ ପ୍ରକଡ୍ସକନରୁ ଜାଣିଶୁଣି ବାଦ୍ ଦେଇଥିବା ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

sixteen − seven =