ବନ୍ଧା ହେବେ ରୋଡ୍ ରୋମିଓ । କ୍ରାଇମବ୍ରାଞ୍ଚ ତଦନ୍ତ ଦେଲେ ଡିଜିପି ।

ଭୁବନେଶ୍ୱର(ରାଜ୍ୟକାହାଣୀ)  ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିଥିବା ରୋଡ ରୋମିଓଙ୍କୁ ବାନ୍ଧିବ ପୁଲିସ। ଏନେଇ ମାମଲା ରୁଜୁ କରିବା ସହ ତୁରନ୍ତ ତଦନ୍ତ କରିବାକୁ ଡିଜିପିଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଆର୍ମି ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସର କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି। ଏହି ଘଟଣାରେ ବର୍ତ୍ତମାନ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି।ସୂଚନାଯୋଗ୍ୟ ଯେ, ଶନିବାର ରାତି ପ୍ରାୟ ୧୨ଟା ୩୦ ମିନିଟ୍‌ରେ ଗୁରୁଭନ୍ସ ଏବଂ ଅଙ୍କିତା ତାଙ୍କ ଗାଡିରେ ପଟିଆରୁ ଫେରୁଥିବା ସମୟରେ କିଛି ଯୁବକ ସେମାନଙ୍କୁ ଅଟକାଇ ମରାମରି କରିଥିଲେ। ଏହାପରେ ସେମାନେ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସି ପହଞ୍ଚିଥିଲେ। ହେଲେ ଥାନାରେ ଯେମିତି ସେମାନଙ୍କୁ ନ୍ୟାୟ ମିଳିବା କଥା ନ ମିଳିବାରୁ ସେମାନେ କିଛି ପ୍ରଶ୍ନ ଉଠାଇଥିଲେ। ଏହାପରେ ଅଭିଯୋଗ କରିବାକୁ ଆସିଥିବା ଗୁରୁଭନ୍ସ ଏବଂ ଅଙ୍କିତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଭରତପୁର ଥାନା କର୍ମଚାରୀଙ୍କ ନିର୍ଯାତନା। ଏହାପରେ ରବିବାର ଅଙ୍କିତାଙ୍କୁ କୋର୍ଟ ଚାଲାଣ କରିବା ଲାଗି ପୋଲିସ୍‌ କର୍ମଚାରୀମାନେ ଭୁଲ୍‌ ହସ୍ପିଟାଲ ରିପୋର୍ଟ ଆଣିଥିବା ଅଭିଯୋଗ ମଧ୍ୟ ହୋଇଛି। ଅଙ୍କିତାଙ୍କ ଜାମିନ ନାମଞ୍ଜୁର ହେବାପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି କିନ୍ତୁ ଏବେ ସେ ଜାମିନରେ ବାହାରେ ଅଛନ୍ତି । ଅନ୍ୟପଟେ ଏହି କଥାରେ ପୋଲିସ୍‌ ନିଜ ଭୁଲ୍‌ ଲୁଚାଇବା ଲାଗି ସମସ୍ତ ପ୍ରକାର କ୍ଷମତାର ଅପବ୍ୟବହାର କରିଚାଲିଛି। ଆଗାମୀ ଦିନରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ଡିଜିପି।

Leave A Reply

Your email address will not be published.

9 + 3 =