OSSSC ୨୬୨୯ ପଦ ପାଇଁ ବାହାରିଲା ନିଯୁକ୍ତି

ଭୁବନେଶ୍ୱର(ରାଜ୍ୟକାହାଣୀ) ଓଡ଼ିଶା ସବଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନରେ ଓଡ଼ିଶା ପାଇଁ ୨୬୨୯ ପଦ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଏନେଇ ଅଗଷ୍ଟ ୩୧ରେ ଘୋଷଣା କରାଯାଇଥିଲା। ତେବେ ଏହାର ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି ଚାକିରି ପାଇଁ ଆପଣଙ୍କ ବୟସ ୨୧-୩୮ ହୋଇଥିବା ଆବଶ୍ୟକ।  ଏସଇବିସି ପରିକ୍ଷାର୍ଥୀଙ୍କୁ ୫ବର୍ଷ ପାଇଁ ଛାଡ କରାଯାଇଛି। ସେହିପରି ଏସସି-ଏସଟି ନାମାଙ୍କନ କରିଥିବା ପ୍ରାର୍ଥୀଙ୍କୁ ୫ବର୍ଷ ପାଇଁ ମଧ୍ୟ ଛାଡ କରାଯିବ। ମହିଳାଙ୍କୁ ୫ବର୍ଷ ଓ ପିଡବ୍ଲୁଡି ପରିକ୍ଷାର୍ଥୀଙ୍କୁ ୧୦ବର୍ଷ ଯାଏଁ ଛାଡ ମିଳିବ। ଏଥିପାଇଁ ଆବେଦନ କରୁଥିବା ପ୍ରାର୍ତୀମାନେ ବିଇଡିରେ ସ୍ନାତକ କରିଥିବା ଜରୁରୀ। ପରୀକ୍ଷାରେ ଅତି କମ୍‌ରେ ୫୦ ଶତକଡା ମାର୍କ ରହିଥିବା ଦରକାର। ସେହିପରି ଏସସି-ଏସଟି ଓ ଏସଇବିସି ପରୀକ୍ଷାର୍ଥୀମାନେ ୪୫ଶତକଡା ମାର୍କ ରହିବା ନିହାତି ଆବଶ୍ୟକ। ଆବେଦନ କରିବା ପାଇଁ https://www.osssc.gov.in/Public/OSSSC/Default.aspx. ରେ ଲଗ୍‌ ଇନ୍‌ କରନ୍ତୁ। ଏହାପରେ Osssc teacher recruitment 2024 କୁ କ୍ଲିକ୍‌ କରନ୍ତୁ।

Leave A Reply

Your email address will not be published.

4 × five =