ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ

ଭୁବନେଶ୍ୱର(ରାଜ୍ୟକାହାଣୀ) ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ । ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ହେବ ବୋଲି ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ମେଡିକାଲ କଲେଜରେ ଅଧ୍ୟାପକଙ୍କ ସଂଖ୍ୟା କମ୍ ରହିଛି । ଏଣିକି ଅବସରପ୍ରାପ୍ତ ଅଧ୍ୟାପକ ପଢାଇବେ ପାଠ । ଦେଶ ବାହାରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ପାଠ ପଢାଇବେ । ଅନଲାଇନରେ ପାଠ ପଢାଇବେ ଅଧ୍ୟାପକ ।ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ କଲେଜ ନିର୍ମାଣ ପାଇପ ଲାଇନରେ ରହିଛି। ତାହା ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଏହାବାଦ ଅନ୍ୟ ସବୁ ଜିଲ୍ଲାରେ ବି ଛିଡ଼ା ହେବ ମେଡିକାଲ କଲେଜ । ଓଡ଼ିଶାରେ ଏବେ  ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି। କେନ୍ଦ୍ର ଓ ରାଜ୍ୟର ସହଭାଗିତାରେ ଏହି କାମ ଚାଲୁଛି। ଆଗକୁ ଏହାକୁ ତ୍ୱରାନ୍ୱିତ କରାଯାଇ ସବୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.

5 × 3 =