ମିଶନ ଚନ୍ଦ୍ରୟାନ-୪କୁ କ୍ୟାବିନେଟ୍‌ ମଞ୍ଜୁରୀ

ଚନ୍ଦ୍ରଯାନ-୩ ର ସଫଳତା ପରେ ଚନ୍ଦ୍ରଯାନ-୪କୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଚନ୍ଦଯାନ-୪ ମିଶନକୁ ମଞ୍ଜୁରୀ ମିଳିଛି । । ଏହି ମିଶନ ଅନୁଯାୟୀ, ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରରେ ଅବତରଣ କରାଇ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବ। ସେହିପରି ଏହି ମିଶନରେ ଚନ୍ଦ୍ରରୁ ଚଟାଣ ଓ ମାଟି ପରି ନମୁନା ସଂଗ୍ରହ କରି ଭାରତ ଅଣାଯିବ, ଯାହାକୁ ନେଇ ଭାରତୀୟ ମହାକାଶ ଗବେଶଣା ସଂଗଠନ(ଇସ୍ରୋ) ପକ୍ଷରୁ ବିଭିନ୍ନ ପରୀକ୍ଷାନିରୀକ୍ଷା ଓ ଗବେଷଣା କରାଯିବ। ୩୬ ମାସର ସମୟସୀମା ସସ୍କୃତ ଚନ୍ଦ୍ରୟାନ-୪ ମିଶନ ପାଇଁ ମୋଦି ସରକାର ୨,୧୦୪ କୋଟି ଟଙ୍କା ଆବଣ୍ଟନ କରିଛନ୍ତି।ଏଥିସହ ୨୦୩୫ ସୁଦ୍ଧା ଭାରତ ଅନ୍ତରୀକ୍ଷରେ ସ୍ପେଶ ଷ୍ଟେସନ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ୨୦୪୦ ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ମଣିଷ ପଠାଇବାକୁ ଯୋଜନା କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ତିନି ବର୍ଷ ଭିତରେ ଏହି ମିଶନ ଶେଷ ହେବା ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ ହୋଇଛି । ଚନ୍ଦ୍ରଯାନ-୪ରେ ଘରୋଇ ଟେକ୍ନୋଲୋଜିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.

two + seventeen =