ରାଜଧାନୀ ଭୁବନେଶ୍ଵରର ୨ଟି ସ୍ଥାନରେ ବୋମାମାଡ଼ ହୋଇଛି।

ଭୁବନେଶ୍ୱର(ରାଜ୍ୟକାହାଣୀ)  ବିଳମ୍ୱିତ ରାତିରେ ଆସି ବାଇକରେ ବୋମା ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ । କେଦାରପଲ୍ଲୀ ବସ୍ତିର ଦୁଇ ଜାଗାରେ ବୋମା ମାଡ ହୋଇଥିବା ସୂଚନା । ଦୁଇଟି ଜାଗାରେ ସିରିଜ୍ ବୋମା ମାଡ଼ରେ ଥରି ଉଠିଛି ବାପୁଜୀ ନଗର । ବାପୁଜୀନଗରର କେଦାରପଲ୍ଲୀ ଲେନ-୧ ଏବଂ ଶିଶୁଭବନ ନିକଟ ବହରମପୁର ବସ୍ତି ଗଳିରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ସିରିଜ୍ ବ୍ଲାଷ୍ଟ୍‌ର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରାଥମିକ ସ୍ତରରେ ପତିଆରା ଜାହିର ପାଇଁ ଏହି କାଣ୍ଡ ଭିଆଇ ଥିବା ସୂଚନା ମିଳିଛି । ସେପଟେ ଘଟଣା ପରେ କ୍ୟାପିଟାଲ ଥାନା ପୋଲିସ ଏବଂ ସ୍ପେଶଲ୍ ସ୍କ୍ୱାର୍ଡର ଏକ ସ୍ବତନ୍ତ୍ର ଟିମ୍ ସିସିଟିଭି ଆଧାରରେ ଦୃର୍ବୁତ୍ତଙ୍କୁ ଧରିବା ପାଇଁ ଚାରିଆଡ଼େ ମାରାଥନ୍ ରେଡ ଜାରି ରଖିଛି। 

Leave A Reply

Your email address will not be published.

2 × four =