ବୋରଓ୍ବେଲରେ ଖସିପଡ଼ିଲା ୨ବର୍ଷର ଶିଶୁ

ରାଜସ୍ଥାନ ଯୋଧପୁରରେ ଅଘଟଣ, ଖେଳୁଥିବା ସମୟରେ ୩୫ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଲା ଅଢେଇ ବର୍ଷର କୁନିଝିଅ । ବରପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଏନଡିଆରଏଫ ଏବଂ ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ପିଲାକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି। ବୋରୱେଲରେ ଫସିରହିଥିବା ଶିଶୁଟି ପାଖକୁ ପାଇପ ମାଧ୍ୟମରେ ଅକ୍ସିଜେନ ପଠାଯାଇଛି ।

ସ୍ବତନ୍ତ୍ର କ୍ୟାମେରା ଜରିଆରେ ଶିଶୁଟିର ଗତିବିଧି ଉପରେ ନଜର ରଖିଛି ଉଦ୍ଧାରକାରୀ ଦଳ । ଶିଶୁଟି ହଲଚଲ ହେଉଥିବା ଏହି କ୍ୟାମେରାର ଦୃଶ୍ୟରେ ଦେଖିବାକୁ ମିଳିଛି । ଉଦ୍ଧାରକାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଶିଶୁଟିକୁ ଖୁବଶୀଘ୍ର ଜୀବନ୍ତ ଭାବେ ଉଦ୍ଧାର କରାଯିବ ବୋଲି ଅଧିକାରୀ ମାନେ କହିଛନ୍ତି । 

Leave A Reply

Your email address will not be published.

3 × 1 =