ଭାଜପା ସରକାର୧୦୦ ଦିନର ସତ କାହାଣୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟରେ ମୋହନ ସରକାରକୁ ୧୦୦ ଦିନ ପୂରୁଛି। ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଉପଲବ୍ଧି ପହଞ୍ଚାଇବାକୁ ପୁରୀରେ ବଡ଼ ଆୟୋଜନ କରିଛି ବିଜେପି। ଶହେ ଦିନ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାର୍ଯ୍ୟକ୍ରମରେ ରାଜ୍ୟ କ୍ୟାବିନେଟ, କେନ୍ଦ୍ରମନ୍ତ୍ରୀ, ସମସ୍ତ ବିଧାୟକ ଏବଂ ସାଂସଦ ସାମିଲ ହେବେ | ରାଜ୍ୟ କାର୍ଯ୍ୟାଳୟଠାରେ ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମନମୋହନ କହିଛନ୍ତି, ମୋଦି ଗତ ୧୦ ବର୍ଷରେ ଗରିବ ବାସହୀନଙ୍କୁ ପକ୍କାଘର,୫ କେଜି ଚାଉଳ , ଶୌଚାଳୟ, ଗ୍ୟାସ୍‌, ବିଜୁଳି, ଏବଂ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେଇଛନ୍ତି| ଏହାସହ ୧୧ ଲକ୍ଷ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବିଶ୍ୱକର୍ମା ଯୋଜନାକୁ ତ୍ୱରାନ୍ବିତ କରାଯାଇଛି।ଦୀନ୍‌ଦୟାଲ ଯୋଜନା ଅନ୍ତର୍ଗତ ୧୦ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସଙ୍ଗଠିତ କରାଯିବା ସହ ୯୦ ଲକ୍ଷରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଦୂତ ସାଜିଛନ୍ତି। ଯୁବକମାନଙ୍କ ପାଇଁ ୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି ଏବଂ ଏଥିରେ ଆସନ୍ତା ୫ ବର୍ଷରେ ୪.୧୦ କୋଟି ଯୁବକ ଉପକୃତ ହେବେ | ଗତ ୧୦ ବର୍ଷରେ ପିଏମ୍‌ କିଷାନ ଯୋଜନା ଅନ୍ତର୍ଗତ ୯.୫ କୋଟି କୃଷକଙ୍କୁ ୨୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୨.୩୩ କୋଟି କୃଷକଙ୍କୁ ୩ ଲକ୍ଷ କୋଟି ଟଙ୍କା ବିତରଣ କରାଯାଇଛି|ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ବଢିଛି । ଚାଷୀଙ୍କୁ ୩୧ଶହ ଟଙ୍କା ଧାନର ଏମଏସପି ମିଳିବାର ପ୍ରତିଶ୍ରୁତି ପାଳନ ହୋଇଛି । ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ହେବ । ଗତ ସେପ୍ଟମ୍ବର ୧୭ରେ ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ଦିନରେ ଓଡ଼ିଶାରେ ସୁଭଦ୍ରା ଯୋଜନା ଆରମ୍ଭ ହୋଇଛି ଯେଉଁଥିରେ ପ୍ରାୟ ୯୦ ହଜାର ଉର୍ଧ୍ଵ ମହିଳାଙ୍କୁ ୫ ହଜାର ପ୍ରଥମ କିସ୍ତି ମିଳିଛି |ଓଡ଼ିଶାରେ ଜାତୀୟ ରାଜପଥ ବିକାଶ ପାଇଁ ବ୍ୟାପକ ଅନୁଦାନ ମିଳିଛି । ପର୍ଯ୍ୟଟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ଟଙ୍କା କେନ୍ଦ୍ର ସରକାର ଦେବେ । ରେଳ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ନିରନ୍ତର ସହାୟତା ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ଶିଳ୍ପ ହେବାର ଭଲ ପରିବେଶ ତିଆରି ହେବା ଆରମ୍ଭ ହୋଇଛି । ଚିଟଫଣ୍ଡ କ୍ଷତଗ୍ରସ୍ତଙ୍କ ପାଇଁ କମିଟି ଗଠନ ହୋଇଛି । ତୁରନ୍ତ ନିଷ୍ପତ୍ତି ନିଆଯିବ । ଓଡ଼ିଶାବାସୀଙ୍କ ବିଶ୍ବାସକୁ ନେଇ କାମ କରିବେ ସରକାର ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ।

Leave A Reply

Your email address will not be published.

two × four =