ଭୋଟ୍‌ ଦେଉଛି ଜାମ୍ମୁ-କାଶ୍ମୀର 

ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ପର୍ଯ୍ୟାୟରେ ୭ଟି ଜିଲାର ୨୪ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି। ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୩.୨୭ ଲକ୍ଷ ଭୋଟର ସେମାନଙ୍କ ମତଦାନ କରିବେ। ଏମାନଙ୍କ ମଧ୍ୟରେ ୧୧.୭୬ଲକ୍ଷ ପୁରୁଷ, ୧୧.୫୧ ଲକ୍ଷ ମହିଳା ଅଛନ୍ତି। ୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏହା ପ୍ରଥମ ବିଧାନସଭା ନିର୍ବାଚନ। ପ୍ରାୟ ୩୫ ହଜାର ପ୍ରବାସୀ କାଶ୍ମୀର ପଣ୍ଡିତ ଏହି ପର୍ଯ୍ୟାୟରେ ମତଦାନ କରିବେ। କାଶ୍ମୀର ପଣ୍ଡିତଙ୍କ ମତଦାନ ନିମନ୍ତେ ଜାମ୍ମୁରେ ୧୯, ଉଦ୍ଦାମପୁରରେ ୧ଟି ଓ ଦିଲ୍ଲୀରେ ୪ଟି ସ୍ବତନ୍ତ୍ର ମତଦାନ କେନ୍ଦ୍ର ଖୋଲାଯାଇଛି। ୯୦ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୨୧୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। 

Leave A Reply

Your email address will not be published.

three + fifteen =