ରତ୍ନ ଭଣ୍ଡାର ତଦାରଖ କରି ଫେରିଲେ ବିଶେଷଜ୍ଞ ଟିମ୍ । 

ଭୁବନେଶ୍ୱର(ରାଜ୍ୟକାହାଣୀ)  ରତ୍ନ ଭଣ୍ଡାର ତଦାରଖ କରି ଫେରିଲେ ବିଶେଷଜ୍ଞ ଟିମ୍ । ତଦାରଖ କରି ଫେରିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା । ବୁଧବାର ପ୍ରାରମ୍ଭିକ ଯାଞ୍ଚରୁ ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ଥିବା ଜାଣିବା ସମ୍ଭବ ନୁହେଁ ବୋଲି ଏଏସଆଇର ବିଶେଷଜ୍ଞ ଟିମ୍ କହିଛି। କେବଳ ଲେଜର ସ୍କାନିଂ ଦ୍ବାରା ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ ହେବା ସମ୍ଭବ ନୁହେଁ। ଏଣୁ ଆଗାମୀ ଦିନରେ ଖୁବଶୀଘ୍ର ଜିପିଆର ସର୍ଭେ କରାଯିବ। ଜିପିଆର ସର୍ଭେ ଶେଷ ପରେ ହିଁ ଜଣାପଡିବ ରତ୍ନଭଣ୍ଡାରରେ କିଛି ଗୁପ୍ତ ସୁଡ଼ଙ୍ଗ ଓ କୋଠରୀ ଅଛି କି ନାହିଁ। ଏହା ପୂର୍ବରୁ କିଛି କହିବା ଠିକ୍ ହେବନାହିଁ ବୋଲି ଏଏସଆଇର ଏକ୍ସପର୍ଟ ଟିମ୍ ମତ ରଖିଛନ୍ତି। ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ସର୍ଭେ କରାଯିବାକୁ ସ୍ଥିର କରାଯାଇଛି । ସମସ୍ତ ଯାଞ୍ଚ ସରିଲା ପରେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ । ସରକାରଙ୍କ ଏସ୍‌ଓପି ଅନୁସାରେ ଏଏସ୍‌ଆଇ ଅନୁସାରେ ଏଏସଆଇ ମରାମତି କାମ କରିବ । କାମ ଅଧା ଅଛି , ଟିମ୍ ପୁଣି ଆସିବ କହିଲେ ଏଏସଆଇର ବିଶେଷଜ୍ଞ ଟିମ୍।

Leave A Reply

Your email address will not be published.

16 − thirteen =