ଝିଅର ଯାତ୍ରା ମଝିରେ ଚାଲିଗଲା ବାପାଙ୍କ ଜୀବନ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ପ୍ରଥମ ଥର ପାଇଁ ମଞ୍ଚସ୍ଥ ହେଉଥିଲା ନୂଆ ନାଟକ, ଦ୍ୱିତୀୟ ସିନ୍ ପରେ କଲ୍ ଆସିଲା ବାପା ଚାଲିଗଲେ । ବାପା ମୃତ୍ୟୁ ଖବର ପାଇ ମନରେ କୋହକୁ ଚାପି ଦେଇ ନାଟକ ସମ୍ପୂର୍ଣ୍ଣ କଲେ ଯାତ୍ରା ନାୟିକା ଟିକିନା ସ୍ବାଇଁ । କାରଣ କଳାକରଙ୍କ ପାଇଁ ଦର୍ଶକ ହେଉଛନ୍ତି ଭଗବାନ । ଅଭିନୟ ସମୟରେ ଆଖିରୁ ଲୁହ ବହୁଥାଏ, କିନ୍ତୁ ଅଭିନୟରେ କିଛି କମି ନଥାଏ । ପ୍ରଥମ ଥର ନାଟକଟି ପରିବେଶଣ ହେଉଥିବାରୁ ନାଟ୍ୟକାର, ନିର୍ଦ୍ଦେଶକ ଓ ଲେଖକଙ୍କ ସହ ଶହଶହ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତା । ରାତି ବଢ଼ିବା ସହ ଗୋଟିଏ ପରେ ଗୋଟିଏ ସିନ୍ ଓ ସଂଳାପ ଆଗକୁ ବଢ଼ି ଚାଲିଥାଏ । ମୁଖ୍ୟ ଭୂମିକାରେ ଥାଆନ୍ତି ଅଭିନେତ୍ରୀ ଟିକିନା ସ୍ୱାଇଁ । ଯାତ୍ରା ଚାଲିଥିବା ବେଳେ ଅଭିନେତ୍ରୀଙ୍କ ସ୍ୱାମୀ ସୁଭେନ୍ଦୁ ଚୌଧୁରୀଙ୍କ ପାଖକୁ ଆସିଥିଲା ଫୋନ କଲ । ଆଉ ଧର୍ମ ସଙ୍କଟରେ ପଡିଯାଇଥିଲେ ଜ୍ୱାଇଁ । ସଙ୍ଗେସଙ୍ଗେ ଅଭିନେତ୍ରୀଙ୍କୁ କିଛି କହିନଥିଲେ, ପରେ ଟିକିଏ ଫୁରୁସତ୍ ଦେଖି ଜଣାଇଥିଲେ ଏହି ଦୁଃଖଦ ଖବର । ଏକଥା ଶୁଣି ଟିକିନାଙ୍କ ପାଦତଳୁ ମାଟି ଖସିଯାଇଥିଲା । କିନ୍ତୁ ହେଲେ ନାଟକରେ ଅଭିନୟ ଲୁହ ସ୍ଥାନରେ ଥିଲା ସତସତିକା ଲୁହ । ଏହାକୁ ନେଇ ନାଟକ ନିର୍ଦ୍ଦେଶକ, ନାଟ୍ୟକାର, ସାଥୀ କଳାକାର ଦୁଃଖ ପ୍ରକାଶ ସହ କହିଥିଲେ ଏ ହେଉଛି କଳାକାର ମାନଙ୍କ ଜୀବନ ।

Leave A Reply

Your email address will not be published.

nine + 13 =