ଅକ୍ଟୋବର ୧ ଯାଏ ବୁଲଡୋଜର ଉପରେ ‘ସୁପ୍ରିମ୍’ ରୋକ୍

ପ୍ରିମକୋର୍ଟ ସାରା ଦେଶରେ ବୁଲଡୋଜର କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧ ତାରିଖରେ ହେବ।ବିଭିନ୍ନ କାରଣକୁ ନେଇ ଉତ୍ତରପ୍ରଦେଶ ତଥା ଅନ୍ୟାନ୍ୟ ରାଜ୍ୟରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା। ଏହା ବିରୋଧରେ ଜମିୟତ ଉଲେମା-ଇ-ହିନ୍ଦ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ସର୍ବୋଚ୍ଚ ଅଦାଲତ ଏ ଉପରେ ଶୁଣାଣି କରି ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ଦେଶର କୌଣସି ସ୍ଥାନର ବୁଲଡୋଜର ଆକ୍ସନ ନିଆଯାଇ ପାରିବ ନାହିଁ ବୋଲି କହିଛନ୍ତି।

ସୁପ୍ରିମକୋର୍ଟରେ ଆବେଦନକାରୀ ଜାମିଆତ୍ ଉଲେମା-ଇ-ହିନ୍ଦଙ୍କ ନାମରେ ଦାଖଲ ହୋଇଥିବା ଆବେଦନରେ ଏହା ଅଭିଯୋଗ କରାଯାଇଛି ଯେ, ବିଜେପି ଶାସିତ ରାଜ୍ୟରେ ମୁସଲମାନମାନଙ୍କୁ ଟାର୍ଗେଟ କରି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତେବେ ରାସ୍ତାଘାଟ, ଜଳସମ୍ପଦ, ଫୁଟପାଥ, ରେଳ ଲାଇନ ଇତ୍ୟାଦିରେ ବେଆଇନ ଭାବେ ନିର୍ମାଣ ହୋଇଥିଲେ ସେସବୁ ଉଚ୍ଛେଦ ହୋଇପାରିବ।କେବଳ ବ୍ୟକ୍ତିଗତ ଘର କିମ୍ବା ଘରୋଇ ସଂସ୍ଥାରେ ବୁଲଡୋଜର ଆକ୍ସନ ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ। 

Leave A Reply

Your email address will not be published.

twelve − ten =