ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିଓ୍ବାଲ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ । ଉପରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର । ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ।ତାଙ୍କ ସହିତ ଆତିଶୀଙ୍କ ସମେତ ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ । ଆତିଶୀ ମାର୍ଲେନାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରିବା ଲାଗି ଆପ୍ ବିଧାୟକ ଦଳ ବୈଠକରେ ସର୍ବସମ୍ମତ୍ତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଛି । କେଜ୍ରିୱାଲ ଜେଲରେ ଥିବା ବେଳେ ଆତିଶି ସରକାରର ଦାୟିତ୍ୱ ସମ୍ଭାଳିଥିଲେ । ଏହାସହ ୧୪ଟି ବିଭାଗର ଦାୟିତ୍ୱରେ ମଧ୍ୟ ଥିଲେ । କେଜ୍ରିୱାଲଙ୍କ ଇସ୍ତଫା ପରେ ଆତିଶି କହିଛନ୍ତି, ଭାଜପା ଆମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛି। ଆତିଶି କେଜ୍‌ରିୱାଲଙ୍କ ନିଷ୍ପତ୍ତିକୁ ବିଶ୍ୱ ଗଣତାନ୍ତ୍ରିକ ଇତିହାସର ସବୁଠାରୁ ବଡ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। ଏହାପରେ ସେ ଭାଜପାକୁ ଟାର୍ଗେଟ କରି କହିଛନ୍ତି, ‘ସେମାନେ ସମସ୍ତ ସରକାରୀ ଏଜେନ୍ସି ଅରବିନ୍ଦ ଜୀଙ୍କ ପଛରେ ପକାଇ ଦେଇଛନ୍ତି। ଏହି କାରଣରୁ ଦିଲ୍ଲୀର ଲୋକମାନେ ବହୁତ ଦୁଖିତଃ। କିନ୍ତୁ ଏଥର ସେମାନେ କେଜ୍‌ରିୱାଲଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଶପଥ ନେଇଛନ୍ତି।

Leave A Reply

Your email address will not be published.

seven + twenty =