କାର ଭିତରୁ ବାହାରିଲା ଅଜଗର।

ଭୁବନେଶ୍ୱର(ରାଜ୍ୟକାହାଣୀ) ଯାଜପୁର ଜିଲ୍ଲା ତେନ୍ତୁଲିଖୁଣ୍ଟା ଗାଁ ହୁଣ୍ଡାଇ ସୋ’ ରୁମ ନିକଟରେ ଜଣେ କାର ମାଲିକ ଗତ ରବିବାର ନିଜ ଗାଡିର ସର୍ଭିସିଂ ପାଇଁ ସୋ ରୁମକୁ ଆଣିଥିଲେ । ତେବେ କାରକୁ ରଖିବା ପରେ ଡାସ୍‌ ବୋର୍ଡରେ ଏକ ସାପ ଥିବା ଦେଖିବାକୁ ପାଇଥିଲେ । ଏହା ଦେଖି କାର୍ଯ୍ୟ କରୁଥିବା ମେକାନିକ ଏବଂ କାର ଚାଳକ ଭୟଭୀତ ହୋଇଯାଇଥିଲେ। ଏହାପରେ ସେମାନେ ତୁରନ୍ତ ସ୍ନେକ ହେଲପ ଲାଇନ ସଦସ୍ୟ ଗାଡି ମାଲିକଙ୍କୁ ଜଣାଇଥିଲେ ।ସୂଚନା ପାଇ ସ୍ନେକ ହେଲପ ଲାଇନ୍ ସଦସ୍ୟ ଛୋଟ ଅଜଗର ସାପଟିକୁ ଉଦ୍ଧାର କରିଥିଲେ। କାର ମଧ୍ୟରୁ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା ।

Leave A Reply

Your email address will not be published.

15 + twelve =