କଟକରେ ଉଡିଲା ‘ଫ୍ରି ପାଲେଷ୍ଟାଇନ୍‌ର ପ୍ଲାକାର୍ଡ ଏବଂ ପତାକା

ଭୁବନେଶ୍ୱର(ରାଜ୍ୟକାହାଣୀ) କଟକରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ତଥା ଇଦ୍‌ ଏ ମିଲାଦୁନ ନବୀ ପାଳନ ଚାଲିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଯେଉଁଥିରେ ‘ଫ୍ରି ପାଲେଷ୍ଟାଇନ୍‌ର ପ୍ଲାକାର୍ଡ ଏବଂ ପତାକା ଉଡୁଥିବାର ଦେଖିବାକୁ ମିଳିଛି । ଦରଘାବଜାର ଥାନା ଅଞ୍ଚଳରେ ଜୁଲୁସ ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକ ପତକା ଉଡାଉଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଦରଘାବଜାର ଥାନା ପୁଲିସ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ତାଗିଦ କରିବା ସହ ପତକାକୁ ଜବତ କରିଛି। ସୂଚନାମୁତାବକ ମହମ୍ମଦଙ୍କ ଜୟନ୍ତୀ ଅବସରରେ କଟକର ବିଭିନ୍ନ କମିଟି ତରଫରୁ ଵଡ ଵଡ ଶୋଭାଯାତ୍ରା ଵାହାର କରି ସହର ପରିକ୍ରମା କରିବାର ପରମ୍ପରା ରହିଛି। ସୋମବାର ସହରର ବିଭିନ୍ନ ମୋହଲ୍ଲା କମିଟି ତରଫରୁ ଏହିଭଳି ଶୋଭାଯାତ୍ରା ଵାହାର କରାଯାଇ ସହର ପରିକ୍ରମା ସମୟରେ ଭାରତର ଜାତୀୟ ପତାକା ସହ ଦେଖିବାକୁ ମିଳିଥିଲା ପାଲେଷ୍ଟାଇନର ବିଶାଳ ଜାତୀୟ ପତାକା। ଏହାସହ ଶୋଭାଯାତ୍ରାରେ ଯାଉଥିଵା ଶ୍ରଦ୍ଧାଳୁଙ୍କ ହାତରେ ‘ଫ୍ରି ପାଲେଷ୍ଟାଇନ ‘ ଓ ‘ପ୍ରେ ଫର୍ ପାଲେଷ୍ଟାଇନ ‘ ସ୍ଳୋଗାନ ଲେଖାଥିବା ପ୍ଲାକାର୍ଡ ଆଦି ଦେଖିବାକୁ ମିଳିଥିଲା।ପାଲେଷ୍ଟାଇନ ପତକା ଉଡାଇବାକୁ ନେଇ ଆଡିସିନାଲ ଡିସିପି ଅନୀଲ ମିଶ୍ର କହିଛନ୍ତି, ପାଲେଷ୍ଟାଇନ ପତକା ଜଣେ ଯୁବକ ଉଡାଉଥିବା ଅଭିଯୋଗ ହୋଇଥିଲା। ତେବେ ତାହା ପାଲେଷ୍ଟାଇନ ପତକା ବୋଲି ଜଣାପଡୁନାହିଁ। ପାଲେଷ୍ଟାଇନ ପତକା ବୋଲି ସନ୍ଦେହ କରାଯାଉଛି। ଏହାକୁ ନେଇ ବିବାଦ ଯେପରି ନହେବ, ସେଥିପାଇଁ ପତକା ଜବତ କରାଯାଇଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.

3 × 4 =