ନକଲି ମଦ ବୋତଲ ଗୁଡ଼ିକୁ ଡୋଜର ମଡ଼ାଇ ନଷ୍ଟ କଲାବେଳେ ମଦୁଆମାନେ ଦୁଃଖିତ 

ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜି ବରମୁଣ୍ଡାସ୍ଥିତ ଏକ ସରକାରୀ ମଦ ଦୋକାନରୁ ନକଲି ମଦ ଜବତ ପରେ ସେଗୁଡ଼ିକୁ ନଷ୍ଟ କରାଯାଇଛି । ଜେସିବି ଅଣାଯାଇ ଉକ୍ତ ମଦଗୁଡ଼ିକୁ ନଷ୍ଟ କରାଯାଇଛି । ସରକାରୀ ମଦ ଦୋକାନରେ ନକଲି ମଦ ମିଳିଛି । ସେ ପୁଣି ରାଜଧାନୀ ଭୁବନେଶ୍ୱରରେ । ବରମୁଣ୍ଡାସ୍ଥିତ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ବିପୁଳ ପରିମାଣର ନକଲି ମଦ ଜବତ କରାଯାଇଛି । ଅବକାରୀ ଟିମ ଚଢ଼ଉ କରି ନକଲି ମଦ ଜବତ କରିଛି । ତେବେ ଏକ  ବିଚିତ୍ର ଚିତ୍ର ସଭ୍ୟ ସମାଜକୁ ଚକିତ କରିଥିଲା। ଏତେ ମଦ ମୋତଲ ନଷ୍ଟ  ଦେଖି  ଜଣେ ମଦୁଆ କହୁଛି , ମୋତେ ଗୋଟିଏ ବୋତଲ ଦିଅ…। ନିଶାରେ ଝୁମୁଥିବା ମଦୁଆ ଜଣକ ଖାଲି ମାଗିଲେ ନାହିଁ, ବରଂ ଭିଡ଼ ଭିତରୁ ମଦ ବୋତଲ ନେବା ପାଇଁ ଉଦ୍ୟମ କରୁଥିଲେ।ତେବେ ଆଉ ଜଣେ ମଦୁଆ ଅତି ଭଦ୍ର ଓ ନମ୍ର ଭାବେ ଭିଡ଼ ଭିତରୁ ଆସି ମଦ ନେବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ କମିଶନର ତାକୁ ଅଟକାଇ ଜୀବନ ମରଣର ପାଠ ପଢ଼ାଇଲେ। ଆଉ ସ୍ଥାନୀୟ ଲୋକଙ୍କ ହୋହଲ୍ଲା ଯୋଗୁ ହେଲ୍‌ମେଟ୍‌ ପିନ୍ଧିଥିବା ମଦୁଆ ଜଣକ ଦୁଃଖରେ ଫେରି ଯାଇଥିଲେ।

Leave A Reply

Your email address will not be published.

eighteen − sixteen =