ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିନାହିଁ, ଆସୁଛି ଫେକ୍ କଲ

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟରେ ଏବେ ‘ସୁଭଦ୍ରା’ କ୍ରେଜ୍‌ ଚାଲିଛି। ଗାଁଠୁ ସହର ପର୍ଯ୍ୟନ୍ତ ସବୁଆଡେ ସୁଭଦ୍ରା ଯୋଜନାକୁ ନେଇ ଆଲୋଚନା ଚାଲିଛି।ଏକ ଟଙ୍କା ଆକାଉଣ୍ଟ ଚେକ୍ ପାଇଁ ଯାଇଛି ତେଣୁ ଯେଉଁମାନେ ୧ ଟଙ୍କା ପାଇ ନାହାନ୍ତି, ସେମାନେ ବି ବ୍ୟସ୍ତ ହୁଅନ୍ତୁ ନାହିଁ, ଆଜି ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା | ସେ କହିଛନ୍ତି ଯେ ସବୁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ନହେବା ଯାଏଁ ଚାଲିବ ପଞ୍ଜୀକରଣ | 

ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିରେ ୫-୫ ହଜାର ଟଙ୍କା ପାଇବେ। ତା ପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ୧ ଟଙ୍କା ଲେଖାଏ ପଠାଇଛନ୍ତି । ଏନେଇ ମୋବାଇଲକୁ କନଫର୍ମେସନ ମେସେଜ ଆସିଛି। କିନ୍ତୁ ଏବେ ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିନାହିଁ, ଆସୁଛି ଫେକ୍ କଲ । ଏଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଜଣେ ବ୍ୟକ୍ତିଙ୍କ ପାଖକୁ ଏପରି ଏକ ଫେକ୍ କଲ ଆସିଥିଲା । ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି କି ନାହିଁ, ପଚରାଯାଇଥିଲା । ଆଉ ଲିଙ୍କରେ କ୍ଲିକ୍ କଲେ ସୁଭଦ୍ରା ଯୋଜନାର ଟଙ୍କା ମିଳିଯିବ ବୋଲି କୁହାଯାଉଛି । ସେହି ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୨ହାଜର ୫୦୦ ଟଙ୍କା କଟି ଯାଇଛି । ତେଣୁ ଏଭଳି ସାଇବର ଠକେଇରୁ ଦୂରେଇ ରହିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

nineteen − thirteen =