୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଫର୍ମ ପୂରଣ

ଭୁବନେଶ୍ୱର(ରାଜ୍ୟକାହାଣୀ)  ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଫର୍ମପୂରଣ। ସେପ୍ଟେମ୍ବର ୧୮ ରୁ ୧ ଅକ୍ଟୋବର ଯାଏଁ ଚାଲିବ ଫର୍ମ ପୂରଣ। କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିବେ ଛାତ୍ରଛାତ୍ରୀ। ତେବେ ଅକ୍ଟୋବର ୪ରୁ ୧୪ ତାରିଖ ଭିତରେ ଫର୍ମ ଫିଲଅପ୍ କଲେ ୨୦୦ ଟଙ୍କା ଫାଇନ୍ ପଡ଼ିବ। ସେହିଭଳି ନଭେମ୍ବର ୧୧ରୁ ୧୮ ଭିତରେ ଫର୍ମ ପୂରଣରେ ଲାଗିବ ୬୦୦ ଟଙ୍କା ଜରିମାନା। ୨୦୨୫ ବାର୍ଷିକ ପରୀକ୍ଷା ପାଇଁ ହେବ ଫର୍ମ ପୂରଣ। ସମସ୍ତ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିବେ। ଏନେଇ ଉଚ୍ଚ ମାଧ୍ଯମିକ ଶିକ୍ଷା ପିରଷଦ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.

twenty + 11 =