ସାଇବର ଥାନାରେ ଅଭିନେତା ମନୋଜ ମିଶ୍ର ।

ଭୁବନେଶ୍ୱର(ରାଜ୍ୟକାହାଣୀ) ସାଇବର ଥାନାର ଦ୍ଵାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ର ଓ ପତ୍ନୀ ମମତା ନନ୍ଦ । ଦ୍ଵିତୀୟ ବିବାହ ପରେ ମନୋଜଙ୍କ ନାମରେ କିଛି ସୋସିଆଲ ମିଡ଼ିଆ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମାଲୋଚନା  କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କୁ ଓ ତାଙ୍କ ଦ୍ବିତୀୟ ପତ୍ନୀଙ୍କୁ ନେଇ କିଛି ରୋଷ୍ଟର ରୋଷ୍ଟ କରୁଥିବା ସହ ଆପତ୍ତିଜନକ ଓ ଅଶ୍ଳୀଳ ଭାଷା କହୁଥିବା ଅଭିଯୋଗ ଆଣିଛନ୍ତି ମନୋଜ । ତାଙ୍କ ବ୍ୟକ୍ତିଗତ,ବୈବାହିକ,ପାରିବାରିକ  ଜୀବନକୁ ନେଇ କିଛି ଲୋକ ତାଙ୍କ ସମ୍ମାନହାନି କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି ।ସୂଚନାଯୋଗ୍ୟ, ନିକଟରେ ଅଭିନେତା ମନୋଜ ମିଶ୍ର ଦ୍ଵିତୀୟ ବିବାହ କରିଛନ୍ତି। ଓଡ଼ିଆ ଫିଲ୍ମ ଏବଂ ଏହାର ସାଂପ୍ରତିକ ସ୍ଥିତିକୁ ନେଇ ସର୍ବଦା ସ୍ପଷ୍ଟ ଏବଂ ଖୋଲାଖୋଲି ଟିପ୍ପଣୀ କରି ବିବାଦରେ ରହି ଆସିଛନ୍ତି ମନୋଜ ମିଶ୍ର। ଗତ ନିର୍ବାଚନରେ ସେ କଂଗ୍ରେସରେ ଯୋଗ ଦେଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ସହ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିଲେ।  କିନ୍ତୁ ପରାଜୟ ହୋଇଥିଲେ | ତେବେ ସେ କିଛି ୟୁଟ୍ୟୁବ ଚ୍ୟାନେଲ, କିଛି ୱେବ୍ ଚ୍ୟାନେଲ ଓ କିଛି ସୋସିଆଲ ମିଡ଼ିଆ ରୋଷ୍ଟର ମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । 

Leave A Reply

Your email address will not be published.

ten + fourteen =