ଓଡ଼ିଶାରେ ବ୍ରେନ ଷ୍ଟ୍ରୋକ ହାର ଜାତୀୟ ହାରଠାରୁ ଅଧିକ 

ଭୁବନେଶ୍ୱର(ରାଜ୍ୟକାହାଣୀ)  ସାରା ଦେଶରେ ଦୈନିକ ପ୍ରାୟ ଦୁଇ ହଜାର ମସ୍ତିଷ୍କାଘାତ ଘଟଣା ରିପୋର୍ଟ ହେବା ଭାରତରେ ଏକ ଚିନ୍ତାର କାରଣ ପାଲଟିଛି।ପ୍ରସିଦ୍ଧ ପତ୍ରିକା ଦ ଲାନସେଟରେ ପ୍ରକାଶିତ ଏକ ଗବେଷଣାମୂଳକ ରିପୋର୍ଟ ଅନୁସାରେ ଓଡ଼ିଶାରେ ମସ୍ତିଷ୍କାଘାତ ହାର ଜାତୀୟ ହାରଠାରୁ ବି ଅଧିକ। ପ୍ରତି ସାତଜଣ ବାସିନ୍ଦାଙ୍କ ମଧ୍ୟରୁ ଜଣଙ୍କୁ ମସ୍ତିଷ୍କାଘାତ ବିପଦ ଥିବା ରିପୋର୍ଟରେ କୁହାଯାଇଛି | ତେବେ ବର୍ତ୍ତମାନ ଯୁବଗୋଷ୍ଠୀଙ୍କୁ ଅଧିକ ପ୍ରଭାବିତ କରୁଛି ଏହି ମସ୍ତିଷ୍କାଘାତ ।

ପରିବର୍ତ୍ତିତ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ ଅଭ୍ୟାସ, ଚାପ ସ୍ତର ବୃଦ୍ଧି, ଅଧିକ ବିଳାସପୂର୍ଣ୍ଣ ଜୀବନ ଶୈଳୀ , ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ବୃଦ୍ଧି ହେତୁ ଏପରି ସଙ୍କଟ ଉପୁଜୁଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ତେବେ ସ୍ବାସ୍ଥ୍ୟ ସମସ୍ୟା ମୁଖ୍ୟତଃ ବୟସ୍କମାନଙ୍କଠାରେ ଦେଖାଯାଉଥିଲା କିନ୍ତୁ ଏବେ ଯୁବ ବର୍ଗକୁ ଏହି ରୋଗ ଗ୍ରାସ କରିନେଇଛି |

Leave A Reply

Your email address will not be published.

fifteen − four =