୭୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ଆୟୁଷ୍ମାନ ଯୋଜନାର ସୁବିଧା

କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏବେ ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ପାଇ ପାରିବେ ଆୟୁଷ୍ମାନ ଯୋଜନାର ଲାଭ । ଏନେଇ କେନ୍ଦ୍ର କ୍ୟାବିନେଟରେ ମୋହର ବାଜିଛି । ବିଜେପିର ନିର୍ବାଚନୀ ପ୍ରତିଶୃତି ଅନୁସାରେ ଏହି ଯୋଜନା ଦେଶର ସାଢ଼େ ୪ କୋଟି ପରିବାର ଏବଂ ୬ କୋଟି ବରିଷ୍ଠ ନାଗରିକଙ୍କ ପାଇଁ ଉପଲବ୍ଧ ହେବ। ଯେଉଁ ପରିବାର ଏହି ଯୋଜନାରେ ପୂର୍ବରୁ ଅନ୍ତର୍ଭୁକ୍ତ ହୋଇସାରିଛନ୍ତି ସେମାନଙ୍କ ପରିବାରର ବରିଷ୍ଠ ନାଗରିକଙ୍କ ଲାଗି ବାର୍ଷିକ ୫ ଲକ୍ଷ ଟଙ୍କାର ଟପ୍‌ଅପ୍‌ ଯୋଗାଇ ଦିଆଯିବ। କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସଆଇସି) ଏବଂ ଘରୋଇ ସ୍ଵାସ୍ଥ୍ୟ ବୀମାଧାରୀ ବ୍ୟକ୍ତି ମଧ୍ୟ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ​‌ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ। ବରିଷ୍ଠ ନାଗରିକମାନେ ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିବାକୁ ହେବ।

Leave A Reply

Your email address will not be published.

12 − 5 =