ଏସସିବିରେ ଦ୍ଵିତୀୟ ସଫଳ ଯକୃତ ପ୍ରତିରୋପଣ

ଭୁବନେଶ୍ୱର(ରାଜ୍ୟକାହାଣୀ) ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍‌ସିବି)ରେ ଯକୃତ ପ୍ରତିରୋପଣ କ୍ଷେତ୍ରରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। ପୂର୍ବ ଭାରତର ପ୍ରଥମ ସରକାରୀ ଡାକ୍ତରଖାନା ଭାବେ ଏସସିବି​ରେ ସୋମବାର ଦ୍ବିତୀୟ ଯକୃତ ପ୍ରତିରୋପଣ କରାଯାଇଛି। ନୟାଗଡ଼ ଅଞ୍ଚଳର ୩୯ ବର୍ଷୀୟ ମାନସ ମୁଦୁଲିଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇ ଯକୃତ ପ୍ରତିରୋପଣ କରାଯାଇଛି। ମାନସଙ୍କୁ ତାଙ୍କ ପତ୍ନୀ ଛବି ମଲ୍ଲିକ ଯକୃତ ଦାନ କରିଛନ୍ତି। ଏସସିବି ମେଡିକାଲର ଯକୃତ ପ୍ରତିରୋପଣ ବିଭାଗ ଅସ୍ତ୍ରୋପଚାର କକ୍ଷରେ ଏହି ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି।ଉଭୟ ଯକୃତ ଦାତା ଏବଂ ଗ୍ରହୀତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି |

ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ଜଟିଳ ଅସ୍ତ୍ରୋପଚାର ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। ହାଇଦରାବାଦ ଏସିଆନ୍‌ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏ‌େଣ୍ଟ୍ରାଲୋଜି (ଏଆଇଜି)ର ୧୦ ଜଣିଆ ଟିମ ଓ ଏସସିବିର ୧୫ ଜଣିଆ ଟିମ୍‌କୁ ନେଇ ସକାଳୁ ଉଭୟଙ୍କ ଅସ୍ତ୍ରୋପଚାର କରାଯାଇଥିଲା।ସୂଚନାଯୋଗ୍ୟ, ଗତ ଏପ୍ରିଲ ୩ ତାରିଖରେ କଟକ ଜିଲା ତିଗିରିଆ ଅଞ୍ଚଳର ମାନସ ବାରିକଙ୍କ ଯକୃତ ପ୍ରତିରୋପଣ କରାଯାଇଥିଲା। ଶ୍ରୀ ବାରିକଙ୍କୁ ତାଙ୍କ ସ୍ତ୍ରୀ ରଶ୍ମିତା ଯକୃତ ଦାନ କରିଥିଲେ।

Leave A Reply

Your email address will not be published.

fourteen + 4 =