ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ ।

ରାଜ୍ୟ କାହାଣୀ (ଭୁବନେଶ୍ୱର ) ୫୮ଦିନ ପରେ ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବାକୁ ଯାଉଛି। ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏପ୍ରିଲ ୨୨ରୁ ସ୍କୁଲ ଛୁଟି କରାଯାଇଥିଲା ।

ତେବେ ସ୍କୁଲ ଖୋଲିବା ପରେ ପିଲାଙ୍କ ପାଠପଢ଼ା ଯେପରି ସ୍ବାଭାବିକ ହେବ ଓ ୨୦୨୫-୨୬ ଶିକ୍ଷାବର୍ଷ ଠିକ୍‌ ଭାବେ ପରିଚାଳିତ ହୋଇପାରିବ ସେନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ/ପ୍ରଧାନଶିକ୍ଷକଙ୍କ ଉପରେ ଅଧିକ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେହିପରି ଶିକ୍ଷୟିତ୍ରୀଶିକ୍ଷକ, ଅଫିସ କର୍ମଚାରୀ, ସଫେଇ କର୍ମଚାରୀ, ରୋଷେୟା ଜୁନ୍‌ ୧୯ରୁ ବିଦ୍ୟାଳୟରେ ଯୋଗଦେବାକୁ ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଚିଠି କରାଯାଇଛି। ସେମାନେ ବିଦ୍ୟାଳୟରେ ଯୋଗଦେଇ କ୍ଲାସରୁମ୍‌ ଏବଂ ବିଦ୍ୟାଳୟ ପରିସର ସଫା କରିବେ। ବର୍ଷା ଯୋଗୁ କ୍ୟାମ୍ପସ ପରିସରରେ ଉଠିଥିବା ଗଛଲତା ସଫା କରିବା, ପାଣି ଟାଙ୍କି ସଫା କରିବା, ପିଲାଙ୍କ ବସିବା ବେଞ୍ଚ୍‌ ଓ ଚେୟାରକୁ ଠିକ୍‌ ଭାବେ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସେହିପରି ପରିସ୍ରାଗାର, ଇ-ଲାଇବ୍ରେରୀ, ରୋଷେଇ ଘରଗୁଡ଼ିକୁ ମଧ୍ୟ ସଫା କରିବା ସହିତ ମଧ୍ୟାହ୍ନଭୋଜନ ପାଇଁ ଥିବା ସାମଗ୍ରୀ ସବୁକୁ ଯାଞ୍ଚ କରିବାକୁ ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

You might also like