SIRକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ,ଅବୈଧ କର୍ଯ୍ୟକଳାପ ପ୍ରମାଣ ମିଳିଲେ ରଦ୍ଦ ହେବ ପୁରା ପ୍ରକ୍ରିୟା

ବିହାରରେ ନିର୍ବାଚନ ଆୟୋଗଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ
ପୁନଃନିରୀକ୍ଷଣ(ଏସଆଇଆର)କୁ ନେଇ ସୁପ୍ରିମକୋର୍ଟ ସୋମବାର କଡ଼ା ତାଗିଦ କରିଛନ୍ତି। ଏସଆଇଆର କାର୍ଯ୍ୟ ପ୍ରଣାଳୀରେ ଯଦି କୌଣସି ବେଆଇନ କାର୍ଯ୍ୟ କିମ୍ବା ଗଡ଼ବଡ଼ ଦେଖିବାକୁ ମିଳେ, ତେବେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ରଦ୍ଦ କରାଯିବ ।ତେବେ ଆସନ୍ତା ଅକ୍ଟୋବର ୭ ତାରିଖରେ ଏହାକୁ ନେଇ ଚୂଡାନ୍ତ ରାୟ ପ୍ରକାଶ ପାଇବ ବୋଲି କୋର୍ଟ ସୂଚନା ଦେଇଛନ୍ତି। ଆଉ ଏହି ରାୟକୁ ସର୍ବ ଭାରତୀୟ ସ୍ତରରେ ଲାଗୁ କରାଯିବ।ସୂଚନାଯୋଗ୍ୟ, ଗତ ଶୁଣାଣି ସମୟରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେଇ ଆଧାରକୁ ଦ୍ଵାଦଶ କାଗଜପତ୍ର ଭାବେ ଗ୍ରହଣ କରିବାକୁ କହିଥିଲେ। ଭୋଟରଙ୍କ ପରିଚୟ ସାବ୍ୟସ୍ତ କରିବା ଲାଗି ନିର୍ବାଚନ ଆୟୋଗ ୧୧ଟି କାଗଜପତ୍ରକୁ ବୈଧ ଦର୍ଶାଇଥିଲେ, ଯେଉଁଥିରେ ଆଧାର ସମ୍ପୃକ୍ତ ନ ଥିଲା।ଗତ ଅଗଷ୍ଟ ୧୮ ତାରିଖରେ ଇଲେକ୍ସନ କମିଶନର ଅଫ ଇଣ୍ଡିଆ(ଇସି) ଏକ ଡ୍ରାଫ୍ଟ ପ୍ରକାଶ କରିଥିଲେ। ଯେଉଁଥିରେ SIR ଅଧିନରେ ନୂତନ ଭୋଟର ଲିଷ୍ଟରୁ ପ୍ରାୟ ୬୫ ଲକ୍ଷ ଲୋକଙ୍କ ନାମ କାଟିଦିଆ ଯାଇଥିଲା। ଯେଉଁଥିପାଇଁ ବୋରୋଧିଦଳ ନେତାମାନେ ନିର୍ବାଚନ କମିଶନ ଉପରେ “ଭୋଟ ଚୋରି” ଅଭିଯୋଗ ଆଣିବା ସହ ଏହାର ଜୋରଦାର ବିରୋଧ କରିବା ଆରମ୍ଭ କରିଦେଇଥିଲେ।

You might also like