SI ପରୀକ୍ଷା କେଳେଙ୍କାରୀ: ସିଲିକନ ମାଲିକ ସୁରେଶ ନାୟକଙ୍କୁ ଜେରା

ଭୁବନେଶ୍ୱର (ରାଜ୍ୟ କାହାଣୀ)ପୋଲିସ SI ପରୀକ୍ଷା ମହାଘୋଟାଲାରେ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ପରେ ତତ୍ପରତା। ପ୍ରାଥମିକ ତଦନ୍ତ ଅନୁସାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହେଁ ସ୍ପେଶାଲ କୋଚିଂ ପାଇଁ ରାଜ୍ୟ ବାହାରକୁ ନେଉଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେବାକୁ ଡିଲ ହୋଇଥିଲା। ଦୁହେଁ ପରୀକ୍ଷାର୍ଥୀଙ୍କ ସବୁ ଅରିଜନାଲ ସାର୍ଟିଫିକେଟ ନେଇଯାଇଥିଲେ। ୯୩୩ ପୋଷ୍ଟ ପାଇଁ ବାହାରିଥିଲା ବିଜ୍ଞାପନ; କୋଟି କୋଟି ଟଙ୍କାର ଡିଲ ହୋଇଥିଲା। ତେବେ SI ପରୀକ୍ଷା କେଳେଙ୍କାରୀ ମାମଲାରେ ଜେରାର ସମ୍ମୁଖୀନ ହୋଇଛନ୍ତି ସିଲିକନ ମାଲିକ ସୁରେଶ ନାୟକ। କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ନାୟକଙ୍କୁ ଜେରା କରାଯାଇଛି। ସୁରେଶଙ୍କ ସହ ପଞ୍ଚସଫ୍ଟର ଜଣେ ମ୍ୟାନେଜରଙ୍କୁ ମଧ୍ୟ ଜେରା କରୁଛି କ୍ରାଇମବ୍ରାଞ୍ଚ । ଗତ ଏପ୍ରିଲ ମାସରେ OPRB ରିଚ ମାଇନସକୁ ହଟାଇ ସିଲିକନକୁ ଦାୟିତ୍ବ ଦେଇଥିଲା। ପରେ ସିଲିକନ ସଲ୍ୟୁସନ, ବ୍ରହ୍ମପୁରର ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡକୁ ପରୀକ୍ଷା ପରିଚାଳନା କାମ ସବଲେଟ କରିଥିଲା । ଅନ୍ୟପକ୍ଷରେ ଶଙ୍କର ପୃଷ୍ଟି, ମୁନା ମହାନ୍ତି ଫେରାର୍‌ ହୋଇଯାଇଥିବା ନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ଉଭୟଙ୍କର ମୋବାଇଲ ସୁଇଚ୍‌ ଅଫ୍‌ ଥିବା ସୂଚନା ମିଳିଛି।

You might also like