ଏଣିକି UPI ମାଧ୍ୟମରେ ମହାପ୍ରଭୁଙ୍କୁ ଦାନ କରିପାରିବେ ଭକ୍ତ, ଇ-ହୁଣ୍ଡିକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ରାଜ୍ୟ କାହାଣୀ (ଭୁବନେଶ୍ୱର )ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଡୋନେସନ ସେଲ ଗଠନ କରାଯାଇଛି । ଯେଉଁ ଭକ୍ତ ମାନେ ଚାହିଁବେ ଶ୍ରୀ ମନ୍ଦିର କାର୍ଯ୍ୟଳୟ ନିକଟର ହୋଇଥିବା ନୂଆ ଡୋନେସନ ସେଲ ଗୃହକୁ ଯାଇ ଉଭୟ ଅଫ ଲାଇନ୍ ଓ ୟୁପିଆଇ ଦ୍ଵାରା ମହାପ୍ରଭୁଙ୍କୁ ଦାନ କରିପାରିବେ। ଏହି ସ୍ଵତନ୍ତ୍ର ଡୋନେସନ ସେଲରେ ଇ ହୁଣ୍ଡି ସ୍ଥାପନ କରାଯିବ।ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟକୁ ଲାଗି ଏହି ସେଲ ରହିବ। ଏହି ସେଲକୁ ଜଣେ ଭକ୍ତ ଆସି ଦାନ ଦେବା ପରେ ରସିଦ ନେଇ ପାରିବେ। ଯଦି କେହି ଭକ୍ତ ୟୁପିଆଇ, ଡେବିଟ କାର୍ଡ, କ୍ରେଡିଟ କାର୍ଡ ମଧ୍ୟମରେ ଅର୍ଥ ଦାନ କରିବା ପାଇଁ ଚାହିଁବେ ସେ ନେଇ ମଧ୍ୟ ବ୍ୟବସ୍ଥା ରହିବ। ଏହି ଇହୁଣ୍ଡି ତଥା ଡିଜିଟାଲ ହୁଣ୍ଡି ନେଇ ରାଜ୍ୟ ସରକାର ଘୋଷଣା କରି ସାରିଛନ୍ତି। “ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, “ଶ୍ରୀମନ୍ଦିର ପାଇଁ ଡିଜିଟାଲ ହୁଣ୍ଡି ତଥା ଇହୁଣ୍ଡି ର ସ୍ଥାପନ କରାଯିବ। ଆମ ପାଖରେ ଯାହା ସୂଚନା ଅଛି ପ୍ରଧାନମନ୍ତ୍ରୀ ଏହି ଇହୁଣ୍ଡିକୁ ଉଦଘାଟନ କରିବେ। ସେଥିପାଇଁ ଆମେ ସବୁ ପ୍ରସ୍ତୁତି କରିଛୁ । ଆଗାମୀ ଦିନରେ ପୁରୀ ସହରରେ ଥିବା ଏଟିଏମ ଗୁଡ଼ିକରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନକୁ ଭକ୍ତ ଦାନ ଦେବା ପାଇଁ ସବୁ ବ୍ୟାଙ୍କ ପକ୍ଷରୁ ବ୍ୟବସ୍ଥା ପାଇଁ ଆମେ ଅଲୋଚୋନା କରିବୁ। ତେବେ ଡିଜିଟାଲ ପେମେଣ୍ଟ ହେବାକୁ ଥିବାରୁ ଆମେ ଏହାର ସାଇବର ସୁରକ୍ଷା ଉପରେ ବେଶୀ ଗୁରୁତ୍ଵ ଦେଉଚୁ। ନହେଲେ ସାଇବର ଅପରାଧୀ ମାନେ ଠକେଇ କରିବାର ଆଶଙ୍କା ରହିଛି। ଏଥି ପାଇଁ ସରକାରଙ୍କ ଆଇଟି ବିଭାଗ ପକ୍ଷରୁ ସବୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି।

You might also like