OAS ସ୍ତରରେ ଅଦଳବଦଳ
ରାଜ୍ୟକାହାଣୀ ( ଭୁବନେଶ୍ୱର )ଓଏଏସ୍ ସ୍ତରରେ ଅଦଳବଦଳ । ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ୬ ଜଣ ବରିଷ୍ଠ OAS ଅଧିକାରୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଡ. ଉଷାରାଣୀ ସାହୁଙ୍କୁ PR & DW ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ବ ମିଳିଛି । ସେହିପରି ବରିଷ୍ଠ ଓଏଏସ ଲୋପାମୁଦ୍ରା ମହାପାତ୍ରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି ।
ନାରାୟଣ ଚନ୍ଦ୍ର ଧଳଙ୍କୁ ଓଡ଼ିଶା ଖଣି ନିଗମର CVO ଦାୟିତ୍ବ ମିଳିଛି । ଦେବେନ୍ଦ୍ର କୁମାର ନନ୍ଦ ହେଲେ SC/ST ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅତିରିକ୍ତ ସଚିବ । ସୁକାନ୍ତ ମାଝୀଙ୍କୁ କେନ୍ଦୁଝର DUDA PD ଭାବେ ଦାୟିତ୍ବ ମିଳିଥିବା ବେଳେ, ପ୍ରିୟବ୍ରତ ପାଢ଼ୀଙ୍କୁ କେନ୍ଦୁଝର ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି ।