India -South Africa T20 Match: ସାଧାରଣ ଦର୍ଶକ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା ଜାରୀ
୯ ତାରିଖ ବାରବାଟୀ ମ୍ୟାଚି ପାଇଁ ଚାଲିବ ସ୍ୱତନ୍ତ୍ର ‘ଆମ ବସ୍’ । ଏନେଇ ସିଆରୟୁଟି ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ବିବରଣୀ । ମ୍ୟାଚି ଦିନ ବାରବାଟୀ ଷ୍ଟାଡିୟମ୍ରୁ ବରମୁଣ୍ଡା ଓ ଭୁବନେଶ୍ୱର ଷ୍ଟେସନ ଚାଲିବ । ମ୍ୟାଚ୍ ସରିବା ପରେ ବାରବାଟୀରୁ ନନ୍ଦନକାନନ ଦେଇ ବରମୁଣ୍ଡା ଯିବ । ବାରବାଟୀରୁ ଭୁବନେଶ୍ୱର ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ଯିବ ‘ଆମ ବସ୍’ । ୨୦ ମିନିଟ୍ର ବସ୍ ଯାତ୍ରା ରହିବ । ଭଡା ୪୦ ଟଙ୍କା ନେଇ ସୂଚନା ଜାରି କରାଯାଇଛି । ଏହା ବ୍ୟତୀତ ‘ଆମ ବସ୍’ର କଟକ ସହ ଜଡିତ ଅନ୍ୟ ସେବା ମଧ୍ୟ ଚାଲିବ ।
ଏହି ସ୍ୱତନ୍ତ୍ର ସେବା ବ୍ୟତୀତ, ବର୍ତ୍ତମାନ ପରିଚାଳିତ ଆମ ବସ୍ ରୁଟ୍ଗୁଡିକ ମଧ୍ୟ ଭୁବନେଶ୍ୱର ଏବଂ କଟକ ମଧ୍ୟରେ ପୂର୍ବଭଳି ଚାଲୁ ରହିବ। ଏହି ରୁଟ୍ଗୁଡିକ ସିଏନବିଟି, ଜୁଡିସିଆଲ୍ ଏକାଡେମୀ, ବାରବାଟୀ ଷ୍ଟାଡିୟମ ଏବଂ କଟକ ରେଳଷ୍ଟେସନ ଭଳି ପ୍ରମୁଖ ସ୍ଥାନଗୁଡିକରେ ସହଜରେ ପହଞ୍ଚି ହେବ।
ରୁଟ୍ ୧୦: ମନୁ ବିଶ୍ୱବିଦ୍ୟାଳୟ- ଭୁବନେଶ୍ଵର ବିମାନବନ୍ଦର,
ରୁଟ୍ ୧୫: ସିଏନବିଟି – ଉତ୍କଳ ହସ୍ପିଟାଲ,
ରୁଟ୍ ୧୬: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ – ଭୁବନେଶ୍ୱର ରେଳଷ୍ଟେସନ,
ରୁଟ୍ ୧୭: ବାରବାଟୀ ଷ୍ଟାଡିୟମ – ଭୁବନେଶ୍ଵର ବିମାନବନ୍ଦର,
ରୁଟ୍ ୧୮: ଜଗତପୁର – ବିଏସଏବିଟି, ବରମୁଣ୍ଡା,
ରୁଟ୍ ୧୯: ମହାନଦୀ ବିହାର- ଏମ୍ସ,
ରୁଟ୍ ୮୨: ଏସିବି ମେଡିକାଲ- ଭୁବନେଶ୍ଵର ବିମାନବନ୍ଦର ରୁଟ୍ ଗୁଡ଼ିକରେ ମଧ୍ୟ ଦୈନନ୍ଦିନ ଭଳି ଯାତ୍ରୀମାନଙ୍କୁ ଯାତାୟାତ ସେବା ଜାରୀ ରହିବ ।