ଭୁବନେଶ୍ୱର(ରାଜ୍ୟକାହାଣୀ) ପ୍ରଚଣ୍ଡ ଶବ୍ଦରେ ଥରିଲା ସାରା ମୟୂରଭଞ୍ଜ । ଗତକାଲି ସନ୍ଧ୍ୟାରେ ୧୨୦ ମିନିଟ୍ ଧରି ଥରହର ହେଲା । ୭ ମିନିଟ୍ରେ ଆଜି ୪୪୧୫ ଥର ବଜ୍ରପାତ ହୋଇଥିବା ଦାମିନି ଆପ୍ ରେକର୍ଡ କରିଥିଲା । ବଜ୍ରପାତର ଶବ୍ଦ ଏତେ ଜୋର୍ ଥିଲା ଯେ ଲୋକେ ଘରେ କବାଟ କିଳି ଦେଇଥିଲେ । ଜିଲ୍ଲା ସଦର ମହକୁମା ବାରିପଦା, ବାଙ୍ଗିରିପୋଷି, ଶିମିଳିପାଳ, ବେତନଟୀ, ଖୁଣ୍ଟା, ଉଦଳା, ଡୁକୁରା, ବିଶୋଇ ଆଦି ଅଞ୍ଚଳରେ ଏହି ଶବ୍ଦ କାନକୁ ତାବ୍ଦା କରି ଦେଇଥିଲା ।ଗତକାଲି ସନ୍ଧ୍ୟା ୬ଟାରୁ ରାତି ୮ଟା ଯାଏ ୧୨୦ ମିନିଟ୍ ଧରି ମୟୂରଭଞ୍ଜ ଆକାଶ ମେଘାଚ୍ଛନ୍ନ ହୋଇ ରହିଥିଲା । ଏହି ସମୟ ମଧ୍ୟରେ ମୁଷଳ ଧାରାରେ ବର୍ଷା ହେବା ସହିତ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା । ” ପାଣିପାଗ ବିଜ୍ଞାନୀମାନେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ।