ପଶ୍ଚିମବଙ୍ଗକୁ ଓଡ଼ିଶା ମାଗିବନି ଆଳୁ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ପଶ୍ଚିମବଙ୍ଗକୁ ଓଡ଼ିଶା ମାଗିବନି ଆଳୁ । ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଓଡ଼ିଶାର ଆଳୁ ଗାଡିକୁ ପଶ୍ଚିମବଙ୍ଗ ସରକାର ଅଟକାଇବା ପରେ ମମତା ସରକାର ଉପରେ ବର୍ଷିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ, ଆମେ ମାଗିବୁ ନାହିଁ ।  ଆମେ ମାଗି ଖିଆ ନୁହେଁ, ପଶ୍ଚିମବଙ୍ଗରେ କେବଳ ଆଳୁ ନାହିଁ । ତେବେ ଉତ୍ତର ପ୍ରଦେଶରୁ ଆଜି ଆଳୁ ଆସିଛି । ବଜାରରେ ମଧ୍ୟ ପର୍ୟ୍ୟାପ୍ତ ପରିମାଣରେ ଆଳୁ ଅଛି । ସେପଟେ ରାଜ୍ୟରେ ଆଳୁ, ପିଆଜ, ମାଛ ଉତ୍ପାଦନ ବଢିବା ପାଇଁ ଯୋଜନା ଚାଲିଛି । ସୂଚନାମୁତାବକ  ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସୁନଥିବାରୁ ଓଡ଼ିଶା ବଜାରରେ ପ୍ରଭାବ ପଡ଼ିଛି । ବିଭିନ୍ନ ସ୍ଥାନରେ ଆଳୁ ରେଟ ବଢ଼ିଲାଣି । ଗୋଟିଏପଟେ ଗୋଦାମରେ ଥିବା ଆଳୁ ଶେଷ ହେଉଥିବା ବେଳେ ପଶ୍ଚିମବଙ୍ଗରୁ ଆମଦାନୀ ସଂପୂର୍ଣ୍ଣ ବନ୍ଦ ରହିଛି । ଭୁବନେଶ୍ବର ଆଇଗିଣିଆ ଆଳୁ ଗଦିକୁ ଯେଉଁଠି ଦିନକୁ ୩ଶହ ଆଳୁ ଟ୍ରକ ଆସେ ସେଠି ଗତକାଲି ୟୁପିରୁ ମାତ୍ର ୪ଟି ଟ୍ରକ ଆସିଛି । ପୁଣି ପଶ୍ଚିମବଙ୍ଗ ତୁଳନାରେ ଆଳୁର ପାଇକାରୀ ଦର କିଲୋ ପିଛା ୭ଟଙ୍କା ଅଧିକ ଦେବାକୁ ପଡୁଛି । ଏହାକୁ ନେଇ ବ୍ୟବସାୟୀ ଚିନ୍ତାରେ ଥିବା ବେଳେ ଚଢ଼ା ଦର ପାଇଁ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

two × two =