ଗଞ୍ଜାମ(ରାଜ୍ୟକାହାଣୀ)ଗଞ୍ଜାମ ଖଲ୍ଲିକୋଟରେ ବିପୁଳ ପରିମାଣର ରୁପା ଜବତ ହୋଇଛି । ଜିଏସ୍ଟି ଫାଙ୍କି ଅଭିଯୋଗରେ ବ୍ରହ୍ମପୁରରୁ କୋଲକାତାକୁ ଚାଲାଣ ବେଳେ ଧରିଲା ଖଲ୍ଲିକୋଟ ପୋଲିସ । ଗୋଟିଏ କାରରୁ ୭୩ ଟି ରୂପା ଇଟା ସହିତ ନଗଦ ପାଞ୍ଚ ଲକ୍ଷ ୪୨ ହଜାର ୬୦୦ଟଙ୍କା ଜବତ ହୋଇଛି । ଖଲ୍ଲିକୋଟ ଥାନା ଗୁରାପଲ୍ଲୀ ଟୋଲପ୍ଲାଜା ନିକଟରେ ଆଜି ଖଲ୍ଲିକୋଟ ପୁଲିସ ପକ୍ଷରୁ ଚେକିଂ ଚାଲିଥିଲା। ଏହି ସମୟରେ ଏକ କାର୍ ଗୁରାପଲ୍ଲୀ ଟୋଲପ୍ଲାଜା ନିକଟରେ ପହଞ୍ଚିଥିଲା। ତାହାକୁ ଯାଞ୍ଚ କରିବା ପରେ ଯାହା ବାହାରିଲା ପୁଲିସ୍ ଅଧିକାରୀଙ୍କ ମୁଣ୍ଡ ବୁଲାଇଦେଲା।ରୂପା ଇଟାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଉକ୍ତ କାର୍କୁ ପୁଲିସ ଜବତ କରିଥିବା ବେଳେ ଦୁଇଜଣ ବ୍ୟବସାୟୀଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ଅଧିକ ପଚରାଉଚରା ପରେ ବିନା GST ରେ ଏହି ରୁପା ବ୍ୟବସାୟ ହେଉଥିବା ପୁଲିସ ଜାଣିବାକୁ ପାଇଛି। ତେଣୁ ଅଧିକ ତଦନ୍ତ ପାଇଁ GST ଅଧିକାରୀ ଙ୍କୁ ଖବର ଦିଆଯାଇଛି।