୧୯ରୁ OSSTET ପାଇଁ ଅନ୍‌ଲାଇନ ଆବେଦନ

ଭୁବନେଶ୍ୱର(ରାଜ୍ୟକାହାଣୀ) OSSTET (Odisha Secondary School Teacher Eligibility Test) -2024 ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୧୯ ତାରିଖରୁ ଆବେଦନ କରିପାରିବେ।ଏହି ପରୀକ୍ଷା ପାଇଁ ପ୍ରାର୍ଥୀମାନେ କେବଳ ଅନ୍‌ଲାଇନରେ ଆବେଦନ କରିପାରିବେ। ମାଧ୍ୟମିକ ଶିକ୍ଷା ପରିଷଦ (BSE)ର ୱେବସାଇଟ୍ www.bseodisha.ac.inକୁ ଯାଇ ସେମାନେ ଆବେଦନ କରିପାରିବେ। ନଭେମ୍ବର ୧୯ ତାରିଖରୁ ଅନ୍‌ଲାଇନ ଆବେଦନ ଆରମ୍ଭ ହେବାକୁ ଥିବା ବେଳେ ଏହା ଆସନ୍ତା ଡିସେମ୍ବର ୧ ତାରିଖ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ଫି’ ମଧ୍ୟ ଅନ୍‌ଲାଇନ୍‌ରେ ଦେବାକୁ ହେବ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ (BSE)।

Leave A Reply

Your email address will not be published.

19 + eighteen =