ଆମ ସନାତନୀ ସଂସ୍କୃତିରେ ଗୁଡି ଉଡା ପର୍ବ ..

ଭୁବନେଶ୍ୱର(ରାଜ୍ୟକାହାଣୀ) ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଓ ସହର । ବିଭିନ୍ନ ଦୋକାନ ବଜାର ଓ ରାସ୍ତାକଡ଼ରେ ବିକ୍ରି ହେଲାଣି ଗୁଡ଼ି। ମକରରେ ଗୁଡ଼ି ଉଡ଼ାଇବାର ଖୁସି ବିଶେଷକରି ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳେ। ବିଭିନ୍ନ ନଦୀପଠା, ଖେଳ ପଡ଼ିଆ ଓ ଛାତ ଉପରେ ଗୁଡ଼ି ଉଡ଼ାଇବାର ଦୃଶ୍ୟ ମଧ୍ୟ ଏହି ସମୟରେ ପରିଲକ୍ଷିତ ହୋଇଥାଏ। ଶୀତ ଦିନ ଆସିଲେ ନଟେଇ ଖୋଜା ପଡେ । ବଜାରରୁ ସୂତା କିଣି ଆଣି ମାଞ୍ଜା ପକାଯାଏ । ଆଉ ଭଳିକି ଭଳି ଗୁଡି ଆଣି ଆକାଶକୁ ଛାଡି ଦିଆଯାଏ ।  ପୌରାଣିକ ମତ ଅନୁଯାୟୀ ଭଗବାନ ଶ୍ରୀ ରାମଚନ୍ଦ୍ର ମକର ସଂକ୍ରାନ୍ତିରେ ଗୁଡି ଉଡାଇଥିଲେ। ସେହି ଗୁଡି ଇନ୍ଦ୍ରଲୋକରେ ପହଞ୍ଚିଥିଲା ବୋଲି ତାମିଲର ତନ୍ଦନାନ୍ ରାମାୟଣରେ ଉଲ୍ଲେଖ ରହିଛି। କୁହାଯାଏ ସେହି କାଳରୁ ଗୁଡି ଉଡାଇବାର ପରମ୍ପରା ଆରମ୍ଭ ହୋଇଛି। ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ। ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳେଇ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ ହୋଇ ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ। ଏହି ଭୋଗକୁ ‘ମକର ଚାଉଳ’ ବୋଲି କୁହାଯାଏ। ଏହି ଭୋଗ ପରସ୍ପରଙ୍କୁ ଖୁଆଇ ଲୋକେ ‘ମକର’ ବସନ୍ତି।

Leave A Reply

Your email address will not be published.

4 × 1 =