ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ଶୁଣାଣି, ଛାଡ଼ପତ୍ର ଓ ଭରଣପୋଷଣ ପାଇଁ ୮ ସୂତ୍ରୀ ଫର୍ମୁଲା

ବେଙ୍ଗାଲୁରୁରେ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମୃତ୍ୟୁ ଚର୍ଚ୍ଚା ଚାଲିଥିବା ବେଳେ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଛାଡ଼ପତ୍ର ଓ ଭରଣ ପୋଷଣ ପାଇଁ ୮ ସୂତ୍ରୀ ଫର୍ମୁଲା ନର୍ଦ୍ଧାରିତ କରିଛନ୍ତି ସୁପ୍ରିମକୋର୍ଟ । ଶାଶୂଘର ଲୋକଙ୍କ ଦ୍ୱାରା ମହିଳାମାନଙ୍କୁ ନିର୍ଯାତନାରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଆଇନର ଅପବ୍ୟବହାର ବୃଦ୍ଧି ପାଉଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି।ସାଧାରଣରେ ଦେଖାଯାଇଛି ଯେ, ବୈବାହିକ ଜୀବନରେ କଳହ ଦେଖାଦେଲେ ଘରୋଇ ବିବାଦ ଅଭିଯୋଗରେ ସ୍ବାମୀଙ୍କ ପରିବାରର ସବୁ ସଦସ୍ୟଙ୍କୁ ଅଭିଯୁକ୍ତ କରାଇବା ଏକ ଧାରାରେ ପରିଣତ ହୋଇଗଲାଣି। ବଳିଷ୍ଠ ତଥ୍ୟ ପ୍ରମାଣ ନ ଥାଇ ଏଭଳି ସାଧାରଣ ଅଭିଯୋଗଗୁଡ଼ିକୁ ଆପରାଧିକ ମକଦ୍ଦମାର ଆଧାର କରାଯାଇପାରିବ ନାହିଁ ବୋଲି ଅଦାଲତ କହିଛନ୍ତି। ସ୍ବାମୀ ଓ ତାଙ୍କ ପରିବାର ଦ୍ୱାରା ମହିଳାଙ୍କ ଉପରେ ନିଷ୍ଠୁରତା ରୋକିବା ଲାଗି ଯୌତୁକ ଆଇନରେ ସଂଶୋଧନ କରାଯାଇ ଆଇପିସିର ଧାରା ୪୯୮ଏ ସଂଯୋଗ କରାଯାଇଥିଲା। ତେବେ ନିକଟ ଅତୀତରେ ବୈବାହିକ ବିବାଦ ମାମଲା ବହୁତ ବଢ଼ିବା ସହ ଏହି ଧାରାର ଦୁରୁପଯୋଗ ମାନସିକତା ବୃଦ୍ଧିପାଇଛି। ମହିଳାମାନେ ସ୍ବାମୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ବ୍ୟକ୍ତିଗତ ପ୍ରତିଶୋଧ ପାଇଁ ଏଭଳି ବ୍ୟବସ୍ଥାକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଖଣ୍ଡପୀଠ କହିଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ପିଭି ବରାଲେଙ୍କ ବେଞ୍ଚ ଛାଡ଼ପତ୍ର ଓ ଭରଣପୋଷଣ ରାଶି ଉପରେ ନିଷ୍ପତ୍ତି ଦେବା ବେଳେ ଦେଶର ସମସ୍ତ କୋର୍ଟଙ୍କୁ ଏହି ୮ ସୂତ୍ରୀ ଫର୍ମୁଲା ଅନୁଯାୟୀ ବିଚାର ଶୁଣାଇବାକୁ କହିଛନ୍ତି । ଏଥିରେ ଦର୍ଶାଯାଇଥିବା କାରଣ ଉପରେ ଆଧାର କରି ନିର୍ଦ୍ଦେଶ ଦେବାକୁ ପରାମର୍ଶ ଦେଇଛନ୍ତି । କୋର୍ଟ କହିଛନ୍ତି, ଏଣିକି ଭରଣପୋଷଣ ଶୁଣାଣି ବେଳେ ସ୍ବାମୀ ଏବଂ ସ୍ତ୍ରୀର ଏସବୁ ବିଷୟରେ ତଦାରଖ କରାଯିବ ।

– ସ୍ୱାମୀ ଏବଂ ସ୍ତ୍ରୀର ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି ।

– ଭବିଷ୍ୟତରେ ପତ୍ନୀ ଏବଂ ପିଲାମାନଙ୍କର ମୌଳିକ ଆବଶ୍ୟକତା ।

– ଉଭୟ ପକ୍ଷର ଯୋଗ୍ୟତା ଏବଂ ରୋଜଗାର, ଆୟ ଏବଂ ସମ୍ପତ୍ତିର ଉତ୍ସ ।

– ତାଙ୍କ ଶାଶୂଘରେ ରହୁଥିବା ସମୟରେ ପତ୍ନୀଙ୍କ ଜୀବନଧାରଣ ମାନ ।

– ସେ ପରିବାରର ଯତ୍ନ ନେବା ପାଇଁ ଚାକିରି ଛାଡ଼ିଛନ୍ତି କି ?

– କାମ କରୁନଥିବା ପତ୍ନୀଙ୍କ ପାଇଁ ଆଇନଗତ ଯୁଦ୍ଧ ପାଇଁ ଯୁକ୍ତିଯୁକ୍ତ ପରିମାଣ

– ରକ୍ଷଣାବେକ୍ଷଣ ଭତ୍ତା ସହିତ ସ୍ୱାମୀଙ୍କ ଆର୍ଥିକ ସ୍ଥିତି

– ରୋଜଗାର ଏବଂ ଅନ୍ୟାନ୍ୟ ଦାୟିତ୍ୱ କ’ଣ ହେବ ?

Leave A Reply

Your email address will not be published.

sixteen + eight =