ଖୁବଶୀଘ୍ର ହେବ ମହାପ୍ରସାଦ ଦର ନିୟନ୍ତ୍ରଣ । ମହାପ୍ରସାଦ ଦରଦାମ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ଖୁବଶୀଘ୍ର ଶ୍ରୀମନ୍ଦିର ମହାପ୍ରସାଦର ଦରଦାମ ନିୟନ୍ତ୍ରଣ କରାଯିବ । ମହାପ୍ରସାଦ ଦର ଠିକ୍ ରହିଲେ ଭକ୍ତଙ୍କୁ ଅସୁବିଧା ହେବନି । ଅବଢାର ଅହେତୁକ ଦରବୃଦ୍ଧିକୁ ନେଇ ଗତକାଲି ବିଧାନସଭାରେ ପ୍ରଶ୍ନ କରିଥିଲେ ପୁରୀ ବିଧାୟକ ସୁନୀଲ ମହାନ୍ତି। ଅବଢାର ରେଟ୍ ଚାର୍ଟ କଥା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏବେ ଶୁଦ୍ଧ ଘିଅ ବ୍ୟବହାର ପାଇଁ କୁହାଯିବା ପରେ ଯେଉଁ ସମସ୍ୟା ହୋଇଛି, କିଭଳି ସେଥିରେ ସମତୁଲତା ଆସିବ ଏବଂ ମହାପ୍ରସାଦ ଦର ଠିକ୍ ଠାକ୍ ରହିବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।