ଭୁବନେଶ୍ବରରେ ଫେକ୍ କଲ୍ ସେଣ୍ଟର । କମିସନରେଟ ପୋଲିସ ହାତରେ ୪  ସାଇବର ଠକ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଭୁବନେଶ୍ବରରେ ଫେକ୍ କଲ୍ ସେଣ୍ଟର । କମିସନରେଟ ପୋଲିସ ହାତରେ ୪  ସାଇବର ଠକ । ଭୁବନେଶ୍ବରର ଆପାର୍ଟମେଣ୍ଟରେ ଖୋଲିଥିଲେ କଲ୍ ସେଣ୍ଟର । ୪  ଜଣଙ୍କୁ ହେପାଜତକୁ ନେଲା ପୋଲିସ । ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ସାଇବର ସଇତାନଙ୍କ ଆଡ୍ଡାରେ ଚଢାଉ। କମିଶନରେଟ୍ ପୋଲିସ ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର ୬୦୨ରେ ଚଢାଉ କରିଛି। ଚଢାଉ ବେଳେ ବିପୁଳ ସିମ୍ କାର୍ଡ, ପାସପୋର୍ଟ, ଆଇଫୋନ୍ ଓ ଲାପଟପ୍ ଜବତ ହୋଇଛି । ୪ ଜଣ ବିଟେକ୍ ପଢୁଆ ସାଇବର ଠକଙ୍କୁ ଗିରଫ କରିଛି ପୋଲିସ।ଦୁବାଇରେ ଲୁଚିଛି ମାଷ୍ଟର ମାଇଣ୍ଡ । ଏହି ଫେକ୍ କଲ୍ ସେଣ୍ଟରର ହେଡ୍ ଅଫିସ୍ ରହିଛି ଦିଲ୍ଲୀରେ । 

Leave A Reply

Your email address will not be published.

ten − 4 =