ଭୁବନେଶ୍ୱର(ରାଜ୍ୟକାହାଣୀ) ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଅଗ୍ରଗତି ନେଇ ସମୀକ୍ଷା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବର୍ତ୍ତମାନ ସୁଦ୍ଧା ଏହା କେତେ ଆଗେଇଛି, କ’ଣ ଡିପିଆର ଅଛି, କିଏ ମେଟ୍ରୋ ରେଳ ପ୍ରକଳ୍ପ କାମ ନେଇଛି, କେତୋଟି ଷ୍ଟେସନ ହେବ ଏବଂ ଏହାକୁ କିପରି ଡିଜାଇନ କରାଯିବ, ଏହାସହ କେବେ ସୁଦ୍ଧା କାର୍ଯ୍ୟ ସରିବ ଏବଂ ଏଥିପାଇଁ ବଜେଟ୍ କେତେ ରହିଛି ତାହା ଅନୁଧ୍ୟାନ କରିଛନ୍ତି ଭୁବନେଶ୍ୱର ସାଂସଦ । ୨୦୨୭ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ପ୍ରଥମ ୨୬ କିଲୋମିଟର ମଧ୍ୟରେ ଗଡ଼ିବ ୧୩ଟି ଟ୍ରେନ । ପ୍ରତ୍ୟେକ ଟ୍ରେନରେ ୩ଟି କୋଚ୍ ରହିବ। ପ୍ରଥମ ୨୦ଟି ଷ୍ଟେସନ ଓଡ଼ିଶାର କଳା ସଂସ୍କୃତି ଓ ଐତିହ୍ୟକୁ ନେଇ ତିଆରି ହେବ । ଏଥିପାଇଁ ୬ ହଜାର ୨୫୬ କୋଟି ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଛି ।୩୫୦ କୋଟି ମାର୍ଚ୍ଚ ୩୧, ୨୦୨୫ ସୁଦ୍ଧା ରାଜ୍ୟ ସରକାର ଦେବେ । ୨୫-୨୬ରେ ୧୭୦୦ କୋଟି ଟଙ୍କାର ଦେବ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଅର୍ଥରେ ଏହି ମେଟ୍ରୋ କାମ ହେବ ।