ଭୁବନେଶ୍ବରରେ ଟ୍ରାଫିକ୍ କଟକଣା

ଭୁବନେଶ୍ୱର(ରାଜ୍ୟକାହାଣୀ)  ଶୁକ୍ରବାରଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି ହୋଇଛି। ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା ହୋଇଛି।ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍ ଜି ଛକ, ରାଜଭବନ ଛକ, ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ଯାଏ କଟକଣା ରହିଛି। ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା ହୋଇଛି। ଏଥିପାଇଁ ମୋ ବସ ଚଳାଚଳ ବାଧାପ୍ରାପ୍ତ ହେବ। ରୁଟ୍ ନମ୍ବର ୯,୧୦,୧୧,୧୨,AE୧,  AE୨,୧୩,୧୭,୨୦,୨୧,୨୨A, ୨୩,୨୫,୨୬,୨୭,୨୮,୩୦, ୩୧, ୩୨, ୩୬, ୩୭, ୩୮, ୩୯,୪୦, ୪୪, ୪୬,୪୭, ୬୪ ଏବଂ ୬୬ରେ ମୋ ବସ ଚଳାଚଳ ପ୍ରଭାବିତ ହେବ ବୋଲି କୁହାଯାଇଛି।

Leave A Reply

Your email address will not be published.

thirteen − six =