ସରକାରୀ କର୍ମଚାରୀଙ୍କ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ୍ ସୁନିଶ୍ଚିତ ହେବ

ଭୁବନେଶ୍ୱର(ରାଜ୍ୟକାହାଣୀ) ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୋହନ ସରକାର। ଏଣିକି ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ସୁନିଶ୍ଚିତ ହେବ। ଏନେଇ ସବୁ ବିଭାଗ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ମୁଖ୍ୟ ସଚିବ ମନୋଜ ଆହୁଜା।କିନ୍ତୁ କେତେକ କ୍ଷେତ୍ରରେ ଏହା ସଠିକ ଭାବେ ପାଳନ ହେଉନଥିବା ଦୃଷ୍ଟିକୁ ଆସିଛି । ଏଥିପାଇଁ ଓଡ଼ିଶା ସିଭିଲ ସର୍ଭିସ ପେନସନ ନିୟମ, ୧୯୯୨ ଅନୁସାରେ ସବୁ ଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।

ଭିଜିଲାନ୍ସ ମକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ ଥିଲେ ପୂର୍ବରୁ ସମାଧାନ ପାଇଁ ନିର୍ଦ୍ଦେଶ ରହିଛି । ମାନବିକତା ତଥା ଉତ୍ତମ ପ୍ରଶାସନ ଦୃଷ୍ଟିରୁ ଅବସର ଦିବସରେ ସବୁ ଅବସରପ୍ରାପ୍ତ ଯୋଗ୍ୟ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ଦେବାକୁ ସୁନିଶ୍ଚିତ କରିବେ ।

Leave A Reply

Your email address will not be published.

20 + 12 =